Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୋଟେଲ୍‌କୁ ସିଲ୍ କଲା ଜିଲ୍ଲା ପ୍ରଶାସନ, ଗୋମାଂସ ପରଷିବା ଘଟଣା,

by ସଞ୍ଜୟ ସ୍ୱାଇଁ
March 7, 2025
in Crime, State
ହୋଟେଲ୍‌କୁ ସିଲ୍ କଲା ଜିଲ୍ଲା ପ୍ରଶାସନ, ଗୋମାଂସ ପରଷିବା ଘଟଣା,
157
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ହୋଟେଲ୍‌ ସିଲ୍‌ । ଗୋ ମାଂସ ପରଷିବା ଅଭିଯୋଗରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ କଲେଜ ଛକରେ ଥିବା ଜୟା ହୋଟେଲ୍‌କୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ। ଏହାସହିତ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୁରୀ ଏସ୍‌ପି କହିଛନ୍ତି । ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜୟା ହୋଟେଲ୍‌ ମାଲିକ ଗୋମାଂସ କିଣୁଥିବାର ଜଣେ ବେପାରୀ କହୁଥିଲେ । ଯାହାପରେ ପୁରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ପୁରୀ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ହୋଟେଲ୍କୁ ସିଲ୍‌ କରାଯାଇଥିଲା । ଏହାସହ ଖାଦ୍ୟର ନମୁନା ଯାଞ୍ଚ ପାଇଁ ପଠାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ପୁରୀ ଏସ୍‌ପି ବିନୀତ ଅଗ୍ରଓ୍ୱାଲ୍‌ କହିଛନ୍ତି ଯେ, ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓର ଯାଞ୍ଚ କରାଯିବ। ଏହାପରେ ତ୍ୱରିତ ଆକ୍ସନ ନିଆଯିବ। ପୁରୀ ସହରରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆସିବା ପରେ ସେଠାରେ ଚଢ଼ାଉ କରାଯାଇଛି। ସତ୍ୟବାଦୀ ଥାନା ଅଧିକାରୀଙ୍କ ନାଁରେ ଏନେଇ ଅଭିଯୋଗ ଆସିବା ପରେ ପୋଲିସ ହେଡ୍ କ୍ବାଟରକୁ ତାଙ୍କୁ ପଠାଯାଇଛି। ଗୋ ଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁରୀ ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!