ନୟାଗଡ଼, (ବାଘୁଆବାର୍ତ୍ତା): ମେଡିକାଲ ପରିସରରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଯେଉଁଥିରେ କି ଜଣେ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି କଟକ ବଡ଼ ମେଡିକାଲ ପରିସରରେ । ସୂଚନାନୁସାରେ, କଟକ ବଭ ମେଡିକାଲ ସର୍ଜରୀ ବିଭାଗରେ ଏକ ନିର୍ମାଣଧିନ ସ୍ୱରେଜ ଟାଙ୍କିରେ ଅସବଧାନତା ଯୋଗୁ ଜଣେ ଶ୍ରମିକ ଖସି ପଡ଼ିଥିଲେ । ଟାଙ୍କି ଭିତରେ ତାଙ୍କ ଦେହରେ ଅତଡା ଖସି ପୋତି ହୋଇ ରହିଯାଇଥିଲେ । ଉକ୍ତ କାର୍ଯ୍ୟରେ ସାମିଲରେ ଶ୍ରମିକମାନେ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ମାଟି ଅତଡ଼ା ଖୋଳି ଶ୍ରମିକ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ କାଜୁଆଲିଟିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି ।





