ଭୁବନେଶ୍ୱର (ବାଘୁଆବାର୍ତ୍ତା): ବହୁ ବ୍ୟଞ୍ଜନ କିମ୍ବା ଡ୍ରିଙ୍କସ୍ ରେ ମିଠା ବଢାଇବା ପାଇଁ ମହୁର ବ୍ୟବହାର କରାଯାଏ। ପ୍ରାକୃତିକ ଉପାୟରେ ମିଠା ବୃଦ୍ଧି କରିବାରେ ସହାୟକ ହେଉଥିବା ଏହି ସାମଗ୍ରୀର ବହୁ ଔଷଧିୟ ଗୁଣ ରହିଛି। ମହୁରେ ଆଣ୍ଟିବ୍ୟାକ୍ଟରିଆଲ ଏବଂ ଆଣ୍ଟିଅକ୍ସିଡାଣ୍ଟସ୍ ଗୁଣ ଥିବାରୁ ଏହା ପାଚନ ତନ୍ତ୍ର, ମସ୍ତିଷ୍କ ଏବଂ ଶରୀରରେ ସୁଖଦାୟକ ପ୍ରଭାବ ପକାଏ। ତେବେ ମହୁକୁ ବ୍ୟବହାର କରିବାର ବିଭିନ୍ନ ଉପାୟ ନଜାଣିଥିବା କାରଣରୁ ଆମେ ଏହାକୁ ଅଧିକ ବ୍ୟବହାର କରୁ ନାହୁଁ। ତେବେ ଜାଣନ୍ତୁ ମହୁକୁ ବ୍ୟବହାର କରିବାର କିଛି ଉପାୟ- ଇନସୋମାନିଆ ପାଇଁ ବ୍ୟବହୃତ ହୁଏ ମହୁ- ବହୁ ଲୋକ ନିଦ୍ରାହୀନତା ରୋଗରେ ପୀଡିତ ଥାନ୍ତି। ତେଣୁ ଡାଇଟରେ ମହୁ ବ୍ୟବହାର କରିବା ଦ୍ଵାରା ନିଦ ହୋଇଥାଏ। ଶୋଇବା ପୂର୍ବରୁ କ୍ଷୀରରେ ମିଶାଇ ମହୁକୁ ପିଇଲେ ଭଲ ନିଦ ହୋଇଥାଏ। ଘା ପାଇଁ- ମହୁରେ ଥିବା ଆଣ୍ଟିବ୍ୟାକ୍ଟୋରିଆଲ ଏବଂ ଆଣ୍ଟି ଫଙ୍ଗଲ ଗୁଣ ଘାକୁ ଶୀଘ୍ର ଶୁଖାଇବାକୁ ସାହାଯ୍ୟ କରେ। ଜଳିଯାଇଥିବା ସ୍ଥାନ କିମ୍ବା କଟି ଯାଇଥିବା ସ୍ଥାନରେ ମହୁ ଲଗାଇବା ଦ୍ଵାରା ଏହା ଶୀଘ୍ର ଠିକ୍ ହୋଇଥାଏ। ତେବେ ଆପଣ କେବଳ ଯେ ମହୁ ଉପରେ ନିର୍ଭର କରିବେ ତାହା ଠିକ୍ ନୁହେଁ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍। କାଶରୁ ଉପଶମ- ଅଦା ରସ ସହ ଏକ ଚାମଚ ମହୁ ପିଶାଇ ପିଇଲେ କାଶ ଦୂର ହୁଏ। ଶୋଇବା ପୂର୍ବରୁ ଏଭଳି କଲେ ଶୀଘ୍ର କାଶରୁ ଉପଶମ ମିଳେ। ତ୍ଵଚା ଚିକ୍କଣ କରେ- ତ୍ଵଚାକୁ ସୁନ୍ଦର, ଚିକ୍କଣ, ନରମ କରିବା ପାଇଁ ମହୁ ଏକ ପ୍ରାକୃତିକ ମରସୁରାଇଜର ଭଳି କାମ ଦିଏ। ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଆପଣ ଏହାକୁ ଫେସ୍ ପ୍ୟାକରେ ମଧ୍ୟ ବ୍ୟବହାର କରିପାରିବେ।






