Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହନିଟ୍ରାପ୍ ସୁନ୍ଦରୀଙ୍କ ମାୟାଜାଲରେ ଯବାନ

by ସଞ୍ଜୟ ସ୍ୱାଇଁ
October 9, 2023
in Crime, State
ହନିଟ୍ରାପ୍ ସୁନ୍ଦରୀଙ୍କ ମାୟାଜାଲରେ ଯବାନ
162
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ହନିଟ୍ରାପରେ ବିଏସ୍‌ଏଫ୍ ଯବାନ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ସୁନ୍ଦରୀଙ୍କ ମାୟାଜାଲରେ ପଡିଛନ୍ତି ଏକାଧିକ ଯବାନ । ଦେଇଥିବା ଟଙ୍କା ମାଗିବାକୁ ମିଳୁଛି ମିଛ କେସ୍‌ର ଧମକ ।ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଉଦୟଗିରି ଅଞ୍ଚଳର ସନ୍ତୋଷ କୁମାର ରଣସିଂହ ନାମକ ଯୁବକ ସୋସିଆଲ୍ ମିଡିଆରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଣ୍ଡେଇପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ବନ୍ଧୁତା କରିଥିଲେ । ୨୦୨୨ରେ ଚିହ୍ନା ହେବା ପରେ ଫୋନ୍ ମାଧ୍ୟମରେ କଥା ହେଉଥିଲେ । ଏହି ସମୟରେ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କର ଦୁର୍ଘଟଣା ହୋଇଛି କହି ୫ ଲକ୍ଷ ଟଙ୍କା ସହାୟତା ମାଗିଥିଲେ । ଯୁବକ ଜଣକ ଯୁବତୀଙ୍କ ସରଳ କଥାରେ ତାଙ୍କ ମାଆଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଏପ୍ରିଲ୍ ମାସ ୫ ତାରିଖରେ ୨ ଲକ୍ଷ ଦେଇଥିଲେ । କିଛି ଦିନ ପରେ ପୁଣି ଯୁବତୀ ଜଣଙ୍କ ବାପାଙ୍କ ଚିକିତ୍ସା ଲାଗି ଆଉ କିଛି ଟଙ୍କା ମାଗିଥିଲେ । ଯୁବକ ଜଣଙ୍କ ବିଭିନ୍ନ ସମୟରେ ଯୁବତୀ ଏବଂ ଅନ୍ୟ ଏକ ଫୋନ୍ ପେ ମାଧ୍ୟମରେ ଟଙ୍କା ଦେଇଥିଲେ ଯବାନ । ଯୁବକ ଜଣଙ୍କ ମୋଟ ୪ ଲକ୍ଷ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣ ଛୁଟିରେ ଆସି ଯୁବତୀଙ୍କୁ ଟଙ୍କା ମାଗିଥିଲେ । ଯୁବତୀ ତାଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ଅଣ୍ଡେଇପଲ୍ଲୀ ଗାଁକୁ ଡାକିଥିଲେ । ଯୁବକ ଜଣଙ୍କ ଘରକୁ ଯିବା ପରେ ଟଙ୍କା ନାହିଁ ଚେକ୍ ନେଇଯାଅ ବୋଲି ଯୁବତୀ କହିଥିଲେ । ଯୁବତୀ ତାଙ୍କ ମାଆଙ୍କ ନାଁରେ ଏକ ଚେକ୍ ଦେଇଥିଲେ । ଏହା ବାଉନ୍‌ସ ହୋଇଯାଇଥିଲା । ପରେ ଯୁବକ ଜଣଙ୍କ ଗ୍ରାମାଞ୍ଚଳ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛି । ପୋଲିସ ଘଟଣାର ତଦନ୍ତ କରି ଠକାମୀର ଶିକାର ନହେବା ପାଇଁ ନିବେଦନ କରିଥିଲେ । ଅନ୍ୟପଟେ ସମାନ ଭାବେ ଆଉ ଜଣେ ଯବାନ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣ ମଧ୍ୟ ସମାନ ନାମକ ଯୁବତୀଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!