Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ଚିଠି

by ସଞ୍ଜୟ ସ୍ୱାଇଁ
July 5, 2021
in State, Toursimi
ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ଚିଠି
69
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଓ ବିନା ଭକ୍ତରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତବର୍ଷ ଜୁଲାଇ ୧୨ ତାରିଖରେ ହେବ ଘୋଷଯାତ୍ରା। ଏସୁବ ମଧ୍ୟରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପିଏମ୍‌ ମୋଦୀ ଓ ଗୃହ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି ପୁରୀର ଉମାକାନ୍ତ ବେହେରା। ପୁରୀ ହରଚଣ୍ଡୀ ସାହିର ବ୍ୟାଙ୍କ କର୍ମଚାରୀ ଉମାକାନ୍ତ ବେହେରା ଏକ ଚିଠି ଲେଖି ନିବେଦନ କରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରଥଯାତ୍ରା ଦେଖିବା ନିମନ୍ତେ ସମଗ୍ର ଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଶା ରଖିଥାନ୍ତି। ହେଲେ ସରକାରୀ ଛୁଟି ନମିଳିବାରୁ ଏହି ବିଶ୍ବ ପ୍ରସିଦ୍ଧ ପର୍ବକୁ ଦେଖିବାକୁ ଆସିପାରୁ ନାହାନ୍ତି। ଟେଲିଭିଜନରେ ରଥଯାତ୍ରାର ସିଧାପ୍ରସାରଣ ଦେଖିବାକୁ ମିଳୁଥିବା ବେଳେ ସମସ୍ତ ଲୋକଙ୍କ ପାଇଁ ଏହା ସମ୍ଭବପର ନାହିଁ। ଅନେକ ପର୍ବକୁ ସରକାର ଛୁଟି ଘୋଷଣା କରିଥିବା ବେଳେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଛୁଟି ଘୋଷଣା କରିବାକୁ ସେ ନିବେଦନ କରିଛନ୍ତି। ଶ୍ରୀ ବେହେରାଙ୍କ ଚିଠି ଏବେ ସବୁଠି ଚର୍ଚ୍ଚାରେ। ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ହେବ ପବିତ୍ର ଘୋଷ ଯାତ୍ରା। ଯେଉଁଥିପାଇଁ ଶେଷ ପର୍ୟ୍ୟାୟର ପହଁଞ୍ଚିଛି ରଥ ନିର୍ମାଣ କାମ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!