ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏସିଆନ୍ ଚାମ୍ପିଅନ୍ ଟ୍ରଫି ହକି-୨୦୨୧ରେ ଭାରତ ଦଳର ଦମଦାର ବିଜୟ । ଜାପାନକୁ ୬-୦ ଗୋଲ ଦେଇ ହରାଇଛି ଭାରତ । ଜାପାନକୁ ହରାଇ ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ଆରମ୍ଭରୁ ହିଁ ଜାପାନ ଉପରେ ଭାରି ପଡିଥିଲା ଭାରତ । ଏହି ମ୍ୟାଚରେ ହିରୋ ସାଜିଛନ୍ତି ହରମନପ୍ରୀତ ସିଂହ । ଟୁର୍ଣ୍ଣାମେଣ୍ଟରେ ଏଯାଏ ଗୋଟିଏ ବି ମ୍ୟାଚ ହାରିନଥିବା ଭାରତ ଲଗାତାର ଭାବେ ଚମତ୍କାର ପ୍ରଦର୍ଶନ ଜାରିରଖିଛି । ରବିବାର ଜାପାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ୧୦ମ ମିନିଟ୍ରେ ହରମନପ୍ରୀତ ସିଂହ ପେନାଲିଟି କର୍ଣ୍ଣର ଦ୍ବାରା ପ୍ରଥମ ଗୋଲ ସ୍କୋର କରିଥିବା ବେଳେ, ୨୩ତମ ମିନିଟ୍ରେ ଦୀଲପ୍ରୀତ ସିଂହ ଦ୍ବିତୀୟ ଗୋଲ କରିଥିଲେ । ସେହିଭଳି ୩୪ତମ ମିନିଟରେ ଜରମନପ୍ରୀତି ସିଂହ ତୃତୀୟ ଗୋଲ ସ୍କୋର କରିଥିବା ବେଳେ, ୪୬ତମ ମିନିଟରେ ସୁମିତ ଚତୁର୍ଥ ଗୋଲ, ୫୩ତମ ମିନିଟରେ ହରମନପ୍ରୀତି ୫ମ ଗୋଲ ଏବଂ ୫୪ତମ ମିନିଟରେ ସମଶେର ୬ ଷ୍ଠ ଗୋଲ ସ୍କୋର କରିଥିଲେ । ଶେଷ କ୍ବାର୍ଟରରେ ଭାରତ ୩ଟି ଗୋଲ କରିଛି ।






