Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପ୍

by ସଞ୍ଜୟ ସ୍ୱାଇଁ
December 3, 2022
in Sports
ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପ୍
31
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜାନୁଆରୀ ମାସ ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍ । ଏହାର ମାସକ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସାରା ଦେଶ ଭ୍ରମଣ କରିବ । ଆସନ୍ତା ୫ ତାରିଖରେ ଭୁବନେଶ୍ୱରରୁ ଏହି ଭ୍ରମଣ ଯାତ୍ରା ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଆସନ୍ତା ୬ ତାରିଖରେ କୋଲକାତା, ୭ରେ ଇମ୍ଫାଲ, ୮ରେ ଗୌହାଟୀ, ୧୦ରେ ଜାମସେଦପୁର, ୧୧ରେ ରାଞ୍ଚି, ୧୨ରେ ଲକ୍ଷ୍ନୌ ୧୩ରେ ପଞ୍ଜାବ/ୟୁପି, ୧୪ରେ ଅମ୍ରିତସର, ୧୫ରେ ସୋନିପତ, ୧୬ ଓ ୧୭ ଦିଲ୍ଲୀ, ୧୮ରେ ଭୋପାଳ, ୨୦ରେ ମୁମ୍ବାଇ, ୨୧ରେ ଚେନ୍ନାଇ, ୨୨ରେ ଥିରୁଭନନ୍ତପୁରମ ଏବଂ ୨୪ରେ ବେଙ୍ଗାଲୁରୁ ଭ୍ରମଣ ପରେ ପୁଣି ଟ୍ରଫି ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ । ଏହାପରେ ଟ୍ରଫିକୁ ସାରା ଓଡ଼ିଶାରେ ଭ୍ରମଣ କରାଯିବାର କାର‌୍ୟ୍ୟକ୍ରମ ରହିଛି । ୨୦୧୮ ବିଶ୍ୱକପ୍ ଆୟୋଜନ ସଫଳ ହେବା ପରେ ପୁଣି କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ବିଶ୍ୱକପ୍ ଆୟୋଜନ କରୁଛି । ୨୦୨୩ ସଂସ୍କରଣକୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ କରାଯାଉଛି । ଏଥିପାଇଁ ରାଉରକେଲାରେ ନିର୍ମାଣ କରାଯାଇଛି ବିଶ୍ୱର ବୃହତ୍ ହକି ଷ୍ଟାଡିୟମ (ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ) । ଯାହାର ଦର୍ଶକ ଧାରଣ କ୍ଷମତା ରହିଛି ୨୦ ହଜାର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୬ ହଜାର ଦର୍ଶକ ବସି ମ୍ୟାଚ୍ ଦେଖି ପାରିବାର ବ୍ୟବସ୍ଥା ହୋଇଛି । ରାଉରକେଲାରେ ଭାରତ ମ୍ୟାଚ୍‌ର ଟିକେଟ୍ ଶେଷ ଅନ୍‌ଲାଇନରେ ଦର୍ଶକଙ୍କ ପାଇଁ କେତେ ଟିକେଟ୍ ବିକ୍ରି ହେଉଛି ସେ ବିଷୟରେ ଆୟୋଜକ କିମ୍ବା ହକି ଇଣ୍ଡିଆ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ‘ପେଟିଏମ୍ ଇନସାଇଡର’ରେ ବିଶ୍ୱକପ୍ ଟିକେଟ୍ ବିକ୍ରି ହେଉଛି । ଏହି ୱେବସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ଘରୋଇ ଭାରତୀୟ ଦଳ ରାଉରକେଲାରେ ଜାନୁଆରୀ ୧୩ ଓ ୧୫ ତାରିଖରେ ଦୁଇଟି ପୁଲ ମ୍ୟାଚ୍ ଖେଳିବ । ଏହି ଦୁଇଟି ମ୍ୟାଚ୍ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମର ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି । ସେମିତି ୧୪ ଓ ୨୦ ତାରିଖ ମ୍ୟାଚ୍ ପାଇଁ ଅର୍ଦ୍ଧାଧିକ ଟିକେଟ୍ ଶେଷ ହୋଇଛି । ଭୁବନେଶ୍ୱରରେ ଭାରତୀୟ ଦଳ ଜାନୁଆରୀ ୧୯ ତାରିଖରେ ଶେଷ ପୁଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ପାଇଁ ଅଳ୍ପ କିଛି ୨୦୦ ଟଙ୍କିଆ ଟିକେଟ୍ ବିକ୍ରି ହେବାକୁ ବାକି ରହିଛି । ସେହିପରି ୨୯ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଅଧାରୁ ଊର୍ଦ୍ଧ୍ୱ ଟିକେଟ୍ ବିକ୍ରି ଶେଷ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଅବଶିଷ୍ଟ ଦିନର ମ୍ୟାଚ୍ ପାଇଁ ସେଭଳି ବିଶେଷ ଉତ୍ସାହ ଦେଖିବାକୁ ମିଳି ନାହିଁ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!