ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚାହୁଁ ଚାହୁଁ ଦିନ ପାଖେଇ ଆସୁଛି । ଆଉ ମାତ୍ର ୧୪ଟି ଦିନ । ଏହାପରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍ । ହକି ବିଶ୍ୱକପ୍ ପାଇଁ ୧୬ ଦେଶର ହକି ଖେଳାଳି ୯ଟି ଦାମୀ ହୋଟେଲରେ ରହିବେ । ପ୍ରତି ହୋଟେଲକୁ ଚାରିପଟୁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବ। ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ରହିବେ ଖେଳାଳି । ଏହାବାଦ୍ ପ୍ରତି ହୋଟେଲ ପରିସରରେ ଏକ ପୁଲିସ କ୍ୟାମ୍ପ କରାଯିବ। ତେବେ ଭାରତ ସହ ଅଷ୍ଟ୍ରେଲିଆ, ବେଲଜିୟମର ଖେଳାଳି ହୋଟେଲ ସ୍ୟାଣ୍ଡି ଟାୱାରରେ ରହିବେ । ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ ଓ ସ୍ପେନ୍ ଖେଳାଳି ମେ’ଫେୟାର ଲାଗୁନ୍ରେ ରହିବା ବ୍ୟବସ୍ଥା ହୋଇଛି । ମାଲେସିଆ ଓ କୋରିଆ ଖେଳାଳି ହୋଟେଲ ସ୍ୱସ୍ତି ପ୍ରିମିୟମ, ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ଖେଳାଳି ହୋଟେଲ ଲେମନ ଟ୍ରି, ଚିଲି ଓ ଜାପାନ ଖେଳାଳି ଏଚ୍ଏଚ୍ଆଇ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି । ସାଉଥ୍ ଆଫ୍ରିକା ଖେଳାଳିଙ୍କ ପାଇଁ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ, ଜର୍ମାନୀ ପାଇଁ ଟ୍ରାଇଡେଣ୍ଟ, ଫ୍ରାନ୍ସ ପାଇଁ ହୋଟେଲ ବିଭାନ୍ତ, ୱେଲସ୍ ପାଇଁ ହୋଟେଲ ୱେଲକମ୍ରେ ରହିବା ବ୍ୟବସ୍ଥା ହୋଇଛି ।






