Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ବ କପ୍ ହକି ଟ୍ରଫିର ଜିଲ୍ଲା ପରିକ୍ରମା : ଭବ୍ୟ ସ୍ବାଗତ ପାଇଁ ପ୍ରଶାସନିକ ପ୍ରସ୍ତୁତି

by ସଞ୍ଜୟ ସ୍ୱାଇଁ
December 22, 2022
in Sports, State
ବିଶ୍ବ କପ୍ ହକି ଟ୍ରଫିର ଜିଲ୍ଲା ପରିକ୍ରମା : ଭବ୍ୟ ସ୍ବାଗତ ପାଇଁ ପ୍ରଶାସନିକ ପ୍ରସ୍ତୁତି
54
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଆସନ୍ତା ଜାନୁୟାରୀ ୧୩ ରୁ ୨୯ ପର‌୍ୟ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ଵ କପ୍ ହକି ମ୍ୟାଚ୍ ନିମନ୍ତେ ଡ଼ିସେମ୍ବର ୨୫ ରୁ ବିଶ୍ଵ କପ୍ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କାର‌୍ୟ୍ୟକ୍ରମରେ ଭଦ୍ରକ ଜିଲ୍ଲା ତରଫରୁ ଭବ୍ୟ ସ୍ବାଗତ ପାଇଁ ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ସାଳନ୍ଦୀ ସଭାଗୃହରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଅତିରିକ୍ତ ଉପଜିଲ୍ଲାପାଳ ଲକ୍ଷ୍ମୀ ପ୍ରସାଦ ସାହୁ, ଡ଼ି.ଏସ୍.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟକି ବିଶ୍ଵକପ୍ ହକି ଟ୍ରଫି ର ଜିଲ୍ଲା ପରିକ୍ରମା କାର‌୍ୟ୍ୟାସୂଚୀ ଅନୁଯାୟୀ ଜାନୁୟାରୀ ୯ ତାରିଖରେ ଭଦ୍ରକ ଜିଲ୍ଲାରେ ବୁଲିବା କାର‌୍ୟ୍ୟକ୍ରମ ରହିଛି । ବାଲେଶ୍ବର ଜିଲ୍ଲା ପରିକ୍ରମା ପରେ ଭଦ୍ରକ ଜିଲ୍ଲା ସୀମାନ୍ତ ମଇତାପୁର ଠାରେ ୮ ତାରିଖ ରାତିରେ କପ୍‌କୁ ସ୍ଵାଗତ କରାଯାଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ଠାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯିବ । ସର୍କିଟ୍ ହାଉସ୍‌ରେ ରାତ୍ରିଯାପନ ପରେ ୯ ତାରିଖ ସକାଳେ ପ୍ରଥମେ ବାସୁଦେବପୁର ଯାଇ ପ୍ରତ୍ୟାବର୍ତ୍ତନ ପରେ ସକାଳେ ଘ୮.୩୦ ସୁଦ୍ଧା ସ୍ଵାଗତ ଶୋଭାଯାତ୍ରାରେ ନେହେରୁ ଷ୍ଟାଡ଼ିୟମ୍‌କୁ ପାଛୋଟି ନିଆଯିବ ଏବଂ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କିଛି ସମୟ ରହିବ । ଏହି ଅବଧୂ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର‌୍ୟ୍ୟକ୍ରମରେ କ୍ରୀଡ଼ାପ୍ରେମୀ, ସ୍ବୟଂ ସହାୟକ ଗୋଷ୍ଠୀ, ଜନ ପ୍ରତିନିଧ୍, ଗଣମାଧ୍ୟମ ପ୍ରତିନିଧୂ, ସ୍କୁଲ କଲେଜ ବିଦ୍ୟାର୍ଥୀ, ସାଧାରଣ ଜନତାଙ୍କୁ ସାମିଲ କରାଯିବା ନେଇ ବୈଠକରେ ଆଲୋଚନା କାଯାଇଥିଲା । ଷ୍ଟାଡ଼ିୟମ୍‌ରେ ସ୍ଵାଗତ କାର‌୍ୟ୍ୟକ୍ରମ ପରେ ସମୟ ଅନୁଯାୟୀ ଭଦ୍ରକ ସହରର ପ୍ରମୁଖ ଅନୁଷ୍ଠାନ ମାନଙ୍କ ତରଫରୁ ସ୍ଵାଗତ କାର‌୍ୟ୍ୟକ୍ରମ ପାଇଁ ଟ୍ରଫିର ପରିକ୍ରମା କରାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଟ୍ରଫିର ଭଦ୍ରକ ଜିଲ୍ଲା ପରିକ୍ରମାର ଶେଷ କାର‌୍ୟ୍ୟକ୍ରମ ଅନୁଯାୟୀ ଭଣ୍ଡାରିପୋଖରୀରେ ଏକ ସ୍ଵାଗତ ଉତ୍ସବ କରାଯାଇ ଛତାବର ଠାରେ ମଧ୍ୟାହ୍ନ ୧୨ଘ. ୧୫ମି ସୁଦ୍ଧା ଯାଜପୁର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ । ଜିଲ୍ଲା କ୍ରୀଡ଼ା ଅଧ୍ୟାକାରୀ ପଦ୍ମନ କୁମାର ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଭଣ୍ଡାରିପୋଖରୀ ବି.ଡ଼ି.ଓ ଦେବଦତ୍ତ ଦାସ, ତହସିଲଦାର ସରୋଜ ନାୟକ, ଭଦ୍ରକ ବି.ଡ଼ି.ଓ. ସତୀକାନ୍ତ ରାଉତ ପ୍ରମୁଖଙ୍କ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!