ରଣପୁର, (ବାଘୁଆବାର୍ତ୍ତା): ଆସନ୍ତା ୧୩ ତାରିଖରୁ ପୁରୁଷ ବିଶ୍ୱକପ ହକି ଖେଳ ଓଡିଶାର କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱର ଓ ବିର୍ଷାମୁଣ୍ଡା ଷ୍ଟାଡିୟମ ରାଉଲକେଲା ଠାରେ ଖେଳାଯିବାର ଅଛି । ଏହି ଜାତୀୟ ଖେଳକୁ ସମ୍ମାନ ଦେବା ନିମନ୍ତେ ଓଡିଶାର ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷିରେ ଓଡିଶା ନିଭାଲ ଟାଟା ଏକାଡେମୀ ଆନୁକୁଲ୍ୟରେ ବିଭିନ୍ନ ଜିଲ୍ଲାର ହକି ଦଳକୁ ନେଇ ୫ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ରଣପୁର ମହାବିଦ୍ୟାଳୟର ଖେଳପଡିଆ ଠାରେ ଏକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଗୁରୁଣ୍ଡିଆ, ସୁନ୍ଦରଗଡ଼ ଜିଲ୍ଲା, ରଣପୁର, ନୟାଗଡ଼ ଜିଳ୍ଲା, କରଡ଼ାପାଲ, ଦେଓଗଡ଼ ଜିଲ୍ଲା, ବଣ୍ଟ୍ରି, ସମ୍ବଲପୁର ଜିଲ୍ଲା ଏବଂ ଢେଙ୍କାନାଳ ଜିଲ୍ଲାର ହକିଦଳ ଭାଗନେଉଛନ୍ତି । ଏତଦ୍ ବ୍ୟତିତ ଛତ୍ରପୁର, ଗଞ୍ଜାମ ଏବଂ ରଣପୁର, ନୟାଗଡ଼ ବାଳିକା ହକିଦଳ ମଧ୍ୟରେ ଏକ ପ୍ରଦର୍ଶନୀ ଖେଳ ଆସନ୍ତା କାଲି ୭ ଜାନୁୟାରୀରେ ଏଠାରେ ଆୟୋଜନ କରାଯାଇଛି । ଜିଲ୍ଲା ପ୍ରଶାସନ ନୟାଗଡ଼ ପକ୍ଷରୁ ବିଜେତା ଦଳଙ୍କୁ ୨୫,୦୦୦/- ଟଙ୍କା ଉପ ବିଜେତା ଦଳଙ୍କୁ ୧୫,୦୦୦/- ଟଙ୍କା ଏବଂ ବାଳିକା ପ୍ରଦର୍ଶନୀ ମ୍ୟାଚରେ ଉଭୟ ଦଳଙ୍କୁ ୫,୦୦୦/- ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାପାଇଁ ଘୋଷଣା କରିଛି । ଆଉ ଏକ ମୁକ୍ଷ୍ୟ ଆକର୍ଷଣ ଭାରତୀୟ ଜାତୀୟ ଦଳର ମହିଳା ତାରକା ସୁନିତା ଲାକ୍ରା ଏବଂ ଅନ୍ୟାନ୍ୟ ତାରକା ଖେଳାଳି ଏବଂ ଟାଟା କମ୍ପାନିର ଉଚ୍ଚ ପଦସ୍ଥ ଅଧିକାରୀ ଉଦଯାପନୀ ସମାରୋହରେ ଉପସ୍ଥିତ ରହିବେ ।






