Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହକି ଇଣ୍ଡିଆର ବଡ଼ ନିଷ୍ପତି, ବିଜୟ ଖେଳାଳିଙ୍କୁ ମିଳିବ ୫୦ ହଜାର ଟଙ୍କା

by ସଞ୍ଜୟ ସ୍ୱାଇଁ
November 7, 2022
in NATIONAL NEWS, Sports
Indian women’s hockey team enters into semi finals defeating Australia
76
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା । ଏଣିକି ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ସହାୟତା ଆର୍ଥିକ ସ୍ଥିତି ଖରାପ ଥିବା ଖେଳାଳିଙ୍କୁ ସହାୟକ ହେବ । ଏକ ସପ୍ତାହ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଜୁନିୟର ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଜୋହର କପ୍‌ରେ ସଫଳତା ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା । ଏହି ଅବସରରେ ଦିଲୀପ ତିର୍କି କହିଛନ୍ତି ଯେ ହକି ଇଣ୍ଡିଆର ସର୍ବସମ୍ମତି କ୍ରମେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନଗଦ ପ୍ରୋତ୍ସାହନ ପ୍ରତିବର୍ଷ ପ୍ରଦାନ କରାଯିବ। ଏହି ଘୋଷଣା ଜାନୁଆରୀରେ ହେବାକୁ ଥିବା ବିଶ୍ୱକପ ଏବଂ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଦଳର ମନୋବଳ ବୃଦ୍ଧି କରିବ। ଏହି ନିଷ୍ପତ୍ତି ଭାରତୀୟ ଦଳର ବିଜୟ ପାଇଁ କଠିନ ପରିଶ୍ରମ କରୁଥିବା ଯୁବ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!