Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ପୁରୁଷ ବିଶ୍ୱକପ୍ ହକି ଫାଇନାଲ୍‌ରେ ଜର୍ମାନୀ ଓ ବେଲଜିୟମ

by ସଞ୍ଜୟ ସ୍ୱାଇଁ
January 29, 2023
in Sports, WORLD
ଆଜି ପୁରୁଷ ବିଶ୍ୱକପ୍ ହକି ଫାଇନାଲ୍‌ରେ ଜର୍ମାନୀ ଓ ବେଲଜିୟମ
109
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବିଶ୍ୱକପ୍ ହକିରେ ଆଜି ସୁପର ଶୋ\’। ଫାଇନାଲ୍ ମ୍ୟାଚ୍‌ରେ କଳିଙ୍ଗ ଷ୍ଟାଡିୟମରେ କିଏ ହେବ ବାଦଶାହ। ବିଶ୍ୱକପ୍ ତାଜ ପାଇଁ ସାମ୍ନାସାମ୍ନି ହେବେ ଦୁଇ ସୁପର ପାଓ୍ୱାର ଜର୍ମାନୀ ଓ ବେଲଜିୟମ। ୨୦୧୮ର ବିଶ୍ୱ ଚାମ୍ପିୟନ ବେଲଜିୟମ ଲଗାତାର ଦିତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବ। ବେଲଜିୟମ ଟାଇଟଲ ବଜାୟ ରଖିବାକୁ କରିବ ଜୋରଦାର୍ କସରତ କରିବ। ସେପଟେ ଜର୍ମାନୀ ବିଶ୍ୱକପରେ ପଞ୍ଚମ ଥର ପାଇଁ ଫାଇନାଲ ଖେଳିବ। ୨୦୦୨ ଓ ୨୦୦୬ର ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ୨୦୧୦ରେ ରନରଅପ୍‌ରେ ସନ୍ତୁଷ୍ଟ ଥିଲା। ଏବେ ୧୨ ବର୍ଷ ପରେ ପୁଣି ଥରେ ଫାଇନାଲ ଖେଳିବ ଜର୍ମାନୀ। ଏଥିପାଇଁ ଏହି ସୁଯୋଗକୁ ଜର୍ମାନୀ ହାତଛଡା କରିବନି। ନୂଆ ରଣନୀତି କରି ପଡିଆକୁ ସେ ଓହ୍ଲାଇବ। ଗ୍ରାଣ୍ଡ ଫାଇନାଲରେ ଜର୍ମାନୀ ଡ୍ରାଗ ଫ୍ଲିକର ଗଞ୍ଜାଲୋ ପେଲେଟ ବନାମ ବେଲଜିୟମ ଡ୍ରାଗ ଫ୍ଲିକର୍ ଟମ୍ ବୁନଙ୍କ ଦମ ଦେଖିବାକୁ ପଡ଼ିବ। ଓ୍ୱେଲନ୍‌ସ ନିକୋଲସ ୬ଟି ମ୍ୟାଚ୍‌ରେ ୬ଟି ଗୋଲ ସ୍କୋର କରିଥିବା ବେଳେ ଗଞ୍ଜାଲୋ ୫ଟି ଗୋଲ ସ୍କୋର କରିଛନ୍ତି। କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଏବଂ ସେମିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଶେଷ କ୍ୱାର୍ଟରରେ ପରାସ୍ତ କରିବା ପରେ ଜର୍ମାନୀର ମନୋବଳ ବଢିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଲଢେଇ ମଧ୍ୟରେ ଜର୍ମାନୀ ୧୩ ଟି ମ୍ୟାଚ୍ ଜିତିଥିବା ବେଳେ ବେଲଜିୟମ ୧୫ ଟି ମ୍ୟାଚ୍ ଜିତିଛି ଓ ୭ଟି ମ୍ୟାଚ୍ ଡ୍ର ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!