Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜାତୀୟ କ୍ରୀଡା ହକିର ଅବଦାନ ଅତୁଳନୀୟ

by ସଞ୍ଜୟ ସ୍ୱାଇଁ
October 17, 2021
in State
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜାତୀୟ କ୍ରୀଡା ହକିର ଅବଦାନ ଅତୁଳନୀୟ
49
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଜାତୀୟ କ୍ରୀଡା ହକିର ନବଉନ୍ମେଷ ପଛରେ ଯଦି କାହାର ଅବଦାନ ଅଧିକ ଥାଏ ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟୋଜକ ଖୋଜୁଥିବା ଜାତୀୟ ହକି ଟିମ୍‌ର ହାତ ଧରିବା ହେଉ କି ରେକର୍ଡ ସମୟରେ ବିଶ୍ୱକପ ହକିର ଆୟୋଜନ କରିବାରେ ନବୀନଙ୍କ କ୍ରୀଡା ପ୍ରେମ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା । କଳିଙ୍ଗ ଷ୍ଟାଡିୟମର ନବକଳେବର ଓ ହକି ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି କରି ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱରକୁ ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ପରିଚିତ କରାଇଥିଲେ । ଉଭୟ ମହିଳା ଓ ପୁରୁଷ ହକି ହକି ଦଳର ଆୟୋଜକ ହୋଇଥିଲା ଓଡ଼ିଶା । ହକି ଅଲମ୍ପିକ୍ସ ପୂର୍ବରୁ ଉଭୟ ଦଳକୁ ନିରନ୍ତର ପ୍ରୋତ୍ସାହନ ଦେଇ ଚାଲିଥିଲେ । ୪୧ ବର୍ଷର ଅପେକ୍ଷା ପରେ ପୁରୁଷ ହକି ଦଳ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାତେଇଥିଲା । ହକିର ଏହି ସ୍ୱର୍ଣ୍ଣିମ ସଫଳତା ପରେ ସମସ୍ତେ ଓଡ଼ିଶା ଏବଂ ନବୀନଙ୍କ ଅବଦାନକୁ ଭୁରି ଭୁରି ପ୍ରଂଶସା କରିଥିଲେ । ସୁନ୍ଦରଗଡ଼ରେ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ନିର୍ମାଣ ସହ ପ୍ରତି ଜିଲ୍ଲାରେ ଇନ୍‌ଡୋର ଷ୍ଟାଡିୟମ ତିଆରି ଯୋଜନାକୁ ଖାଲି କ୍ରୀଡାପ୍ରେମୀ ନୁହେଁ, ବିରୋଧୀ ବି ପ୍ରଂଶସା କରିବାକୁ ବାଧ୍ୟ ହେଉଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!