ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାରତୀୟ ହକିକୁ ଏକ ନୂଆ ଦିଗ ଦେବା ଚେଷ୍ଟା ରଥ ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୧୦ ବର୍ଷ ପର୍ୟ୍ୟନ୍ତ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ହେବ ଓଡ଼ିଶା। ୨୦୩୩ ପର୍ୟ୍ୟନ୍ତ ଓଡ଼ିଶା ହକି ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସାହାରା ଇଣ୍ଡିଆ ସ୍ପନ୍ସରସିପ୍ ଛାଡ଼ିବା ପରେ ଭାରତୀୟ ହକି ଦଳର ଭବିଷ୍ୟତକୁ ନେଇ ପ୍ରଶ୍ନ ଛିଡ଼ା ହୋଇଥିଲା। ଏହି ସମୟରେ ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଦେବାକୁ ହକିର ପ୍ରାୟୋଜକ ହେବାକୁ ଘୋଷଣା କରିଥିଲେ। ୨୦୨୧ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ବର୍ଷ ପର୍ୟ୍ୟନ୍ତ ଭାରତୀୟ ହକିକୁ ସ୍ପନ୍ସର କରିବେ ବୋଲି ଘୋଷଣା କରିଥିଲେ। ଓଡ଼ିଶା ପୂର୍ବରୁ ଦୁଇଥର ହକି ବିଶ୍ୱକପ୍ର ଆୟୋଜନ କରି ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛି। ଖେଳରେ ରାଜ୍ୟକୁ ପୁରଷ୍କାର ବି ମିଳିଛି। ଓଡିଶାକୁ ହକି ହବ୍ରେ ପରିଣତ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି।






