Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ ଲକ୍ଷ ଲେଖାଏ ପାଇବେ ଓଡ଼ିଆ ଖେଳାଳି ଅମିତ, ନିଲମ

by ସଞ୍ଜୟ ସ୍ୱାଇଁ
January 14, 2023
in Sports, State
୧୦ ଲକ୍ଷ ଲେଖାଏ ପାଇବେ ଓଡ଼ିଆ ଖେଳାଳି ଅମିତ, ନିଲମ
182
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାରତୀୟ ହକି ବିଶ୍ୱକପ୍ ଦଳରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀବ ଖେସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଉଭୟ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ଅମିତ ଓ ନିଲମ ଭାରତୀୟ ଜର୍ସି ପରିଧାନ କରି ପିଚ୍‌ର ମଝିରେ ଛିଡ଼ା ହେବେ ଏହା ସୁନ୍ଦରଗଡ଼ ପାଇଁ ଗୌରବର ମୁହୂର୍ତ୍ତ ହେବ । ବିର୍ସା ମୁଣ୍ଡା ଷ୍ଟାଡିୟମର ସମସ୍ତ ଦଶକଙ୍କ ସମର୍ଥନ ଏହି ଦୁଇ ଖେଳାଳିଙ୍କ ସହ ରହିବ ।’ଅମିତ ଭାରତୀୟ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ଥିଲେ । ଏହି ବିଶ୍ୱକପ୍‌ରେ ସେ ଉପ୍ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ନିଲମ ଏଥର ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି । ଅମିତ ପଦାର୍ପଣରେ ଅଲିମ୍ପିକ୍ସ ପଦକ ଜିତିବାର ସୌଭାଗ୍ୟ ଲାଭ କରିଥିଲେ । ଶୁକ୍ରବାର ପୁଣି ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଥମ ଗୋଲ ଦେଇଥିଲେ । ସେ ୧୩୦ରୁ ଊର୍ଦ୍ଧ୍ୱ ମ୍ୟାଚ୍ ଖେଳି ସାରିଲେଣି । ୨୦୧୮ ବିଶ୍ୱକପ୍‌ରେ ଅମିତ ପଦାର୍ପଣ କରିଥିଲେ । ଜଣେ ଯୁବ ଡିଫେଣ୍ଡର ଭାବେ ନିଲମ ଏ ପର‌୍ୟ୍ୟନ୍ତ ୩୪ ମ୍ୟାଚ୍ ଖେଳିଛନ୍ତି । ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ସଫଳତା ହେଉଛି ୨୦୨୨ ଏସିଆ କପ୍‌ରେ ବ୍ରୋଞ୍ଜ । ପୂର୍ବରୁ ସେ ୧୮ ବର୍ଷରୁ କମ୍ ଏସିଆ କପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!