ନୟାଗଡ଼, (ବାଘୁଆବାର୍ତ୍ତା): ଆଜିଠାରୁ ଆରମ୍ଭ ହେଉଛି ପୁରୁଷ ବିଶ୍ୱ କପ ହକି । ଏଥି ନିମନ୍ତେ ଗାଁଠୁ ସହର ସବୁଆଡ଼େ ଉତ୍ସବ ମୁଖର । ସାରା ବିଶ୍ୱ ଆଜି ଓଡିଶାକୁ ପ୍ରଶଂସିତ କରୁଛି । ବିଶ୍ୱ ଦରବାରରେ ବିଶ୍ୱ କପ ହକିକୁ ନେଇ ଏକ ନୂଆ ସନ୍ଦେଶ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚେଷ୍ଟା ବଳରେ ଓଡିଶା ଆଜି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ କପ ହକି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବିଶ୍ୱ କପ ହକି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଖେଳ ପଡିଆଠାରେ ୪ ଗୋଟି ମହିଳା ଓ ପୁରୁଷ ଦଳକୁ ନେଇ ହକି ଖେଳ ଅନୁଷ୍ଠିତ ହୋଇଛି । ବିଶ୍ୱ କପ ହକି ପୂର୍ବରୁ ନୟାଗଡ଼ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହର କରାଯାଇଛି । ଆଜି ସକାଳୁ ସକାଳୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଖେଳ ପଡିଆରେ ପହଞ୍ଚି ହକି ଖେଳିଥିଲେ । ଏଥି ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଓଡିଶାରେ ପୁରୁଷ ବିଶ୍ୱକପ ହକି ଆୟୋଜନ କରିଥିବାରୁ ଏହା ସାରା ବିଶ୍ୱରେ ଏକ ନମ୍ବର ବୋଲି ପ୍ରକାଶ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଜିଳ୍ଲାପାଳ ରବିନ୍ଦ୍ରନାଥ ସାହୁ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ରଣପୁର ଏନଏସିର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନୟାଗଡ଼ ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ରନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ବହୁ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ହକି ଖେଳର ମଜା ନେଇଥିଲେ । ଜିଳ୍ଲା ସ୍ତରର ସମସ୍ତ ସାମ୍ବାଦିକ, ବୁଦ୍ଧିଜିବୀ ଓ ସମାଜସେବୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।







