ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ରେଢାଖୋଲରେ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ବାଲି ବୋଝେଇ ହାଇୱା । ଟ୍ରକଟି ବ୍ରିଜର ପୂରା ତଳକୁ ନଖସି ଝୁଲି ରହିଛି । ଟ୍ରକ୍ ଭିତରେ ଡ୍ରାଇଭର ଚାପି ହୋଇ ରହିଛନ୍ତି । ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ କଟର ମେସିନ୍ ସାହାଯ୍ୟରେ କାଟି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ରେଢାଖୋଲ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ରେଢାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଗାଁ ନିକଟରେ ଥିବା ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଥାଉକି, ଏହି ହାଇୱାଟି ରେଢାଖୋଲ ମହାନଦୀରୁ ବାଲି ନେଇ ଆସୁଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସବୁଠୁ ବଡ କଥା ହେଉଛି ହାଇୱାଟି ବ୍ରିଜ୍ ବାଡ ଭାଙ୍ଗି ତଳକୁ ନଖସି ଅଧାରେ ଝୁଲି ରହିଛି । ଟ୍ରକ୍ ଭିତରେ ଗାଡି ଚାଳକ ଫସି ରହିଛନ୍ତି । ତେବେ ଗାଡି ଭିତରେ ଫସିଥିବା ଡ୍ରାଇଭର ଜିବିତ କି ମୃତ ତାହା ସ୍ପଷ୍ଟ ହୋଇପାରିନି । ଖବର ପାଇ ରେଢ଼ାଖୋଲ ପୋଲିସ, ଦମକଳବାହିନୀ ପହଞ୍ଚି ଉଧାର କାର୍ଯ୍ୟରେ ଲାଗିଛନ୍ତି ।





