Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୀରାକୁଦରେ ଖୋଲିଲା ୭ ନମ୍ବର ଗେଟ୍

by ସଞ୍ଜୟ ସ୍ୱାଇଁ
July 11, 2021
in Planning and Development, State
ହୀରାକୁଦରେ ଖୋଲିଲା ୭ ନମ୍ବର ଗେଟ୍
69
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ସକାଳେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା । ଏହି ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି। ବର୍ତ୍ତମାନ ଗୋଟିଏ ଗେଟରେ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ଜଳଭଣ୍ଡାର ମଧ୍ୟକୁ ଘଣ୍ଟା ପ୍ରତି ୬୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୯ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହୋଉଛି। ପରବର୍ତ୍ତୀ ସମୟ ହୀରାକୁଦରେ ଅନ୍ୟ ଗେଟ୍ ଖୋଲା ଯିବା ନେଇ ନିଷ୍ପତ୍ତି ନିଆଯିବ। ବନ୍ୟାଜଳ ନିଷ୍କାସନକୁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। କରୋନା କଟକଣା ଯୋଗୁ ଏଥର କେବଳ ବିଧିରକ୍ଷାରେ ପୂଜା ହୋଇଛି ଏବଂ କାହାରିକୁ ସେଠାକୁ ଛଡ଼ାଯାଇ ନାହିଁ। ସାଧାରଣତଃ ହୀରାକୁଦରୁ ଛଡ଼ାଯାଉଥିବା ବନ୍ୟାଜଳ ଖଇରମାଳ ଏବଂ ବରମୁଳ ପହଞ୍ଚିବା ପାଇଁ ୧୨ରୁ ୧୬ ଘଣ୍ଟା ଲାଗିଯାଏ । ୩୬ରୁ ୪୮ ଘଣ୍ଟା ମଧ୍ୟରେ ଏହା ମୁଣ୍ଡୁଳିରେ ପହଞ୍ଚିଥାଏ । ଏଥିପାଇଁ ହୀରାକୁଦ ଗେଟ୍ ଖୋଲିବା ପୂର୍ବରୁ ସେଠାରେ ସତର୍କ ସୂଚନା ଜାରି କରାଯାଏ। ଏନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ତଳମୁଣ୍ଡର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ତଳମୁଣ୍ଡରେ ଥିବା ଜିଲ୍ଲାଗୁଡିକରେ ମହାନଦୀ ଭିତରକୁ ମତ୍ସଜୀବୀ ମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!