- ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ସଶକ୍ତ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ l ପ୍ରତ୍ୟେକ ଦିନ ବିଜେପି ଶିବିର ଛାଡି ବିଜେଡ଼ି ଯୋଗ ଦେଉଛନ୍ତି ନେତା ଓ କର୍ମୀ l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସ୍ଵଛ ଶାସନ, ନିର୍ମଳ ଭାବମୂର୍ତ୍ତିରେ ଓ ନୟାଗଡ଼ର ବିକାଶକୁ ପାଥେୟ କରି ନଡ଼ିଆଳି ପଞ୍ଚାୟତ ଅନ୍ତର୍ଗତ ହିଞ୍ଜଳଗାଡ଼ିଆ ଗ୍ରାମର ବିଜେପି ନେତା ଆଜି ବିଜେଡ଼ି ଯୋଗ ଦେଇଛନ୍ତି l ହିଞ୍ଜଳଗାଡ଼ିଆ ଗ୍ରାମର କୃଷ୍ଣ ବରାଡ଼, ଧ୍ରୁବ ବରାଡ଼ ଓ ଭୀମସେନ ବରାଡ଼ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ବିଦ୍ଧିବଧ ଭାବେ ବିଜେଡ଼ି ଯୋଗ ଦେଇ ନଡ଼ିଆ ପଞ୍ଚାୟତକୁ ବିଜେଡ଼ିର ଦୁର୍ଗ କରିବାର ସଂକଳ୍ପ ନେଇଛନ୍ତି l ନୟାଗଡ଼ ବିଧାୟକ ଡ଼ ସାହୁ ଉକ୍ତ ନେତାମାନଙ୍କୁ ସ୍ୱାଗତ କରିଥିଲେ l ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦୁର୍ୟୋଧନ ବେହେରା, ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା, ବିଜେଡ଼ି ଜିଲ୍ଲା ଉପ ସଭାପତି ପଦ୍ମଚରଣ ଉଦୟଭାନୁ, ବିଜେଡ଼ି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ମିଶ୍ର, ଛାତ୍ର ନେତା ଏସକେ ଇବ୍ରାହିମ, ନଡ଼ିଆଳି ପଞ୍ଚାୟତର ପର୍ଯ୍ୟବେକ୍ଷକ ଦୁଃଖୀଶ୍ୟାମ ପରମଗୁରୁ, ପୂର୍ବତନ ସରପଞ୍ଚ ସୁଦର୍ଶନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result
error: Content is protected !!