ନୟାଗଡ଼, (ବାଘୁଆବାର୍ତ୍ତା): ଓଡିଶାରେ ହେଙ୍ଗୁର ବହୁ ଆଦର ରହିଛି । ପୁରୀର ବାଡିଆ ଡାଲେମାରେ ହେଙ୍ଗୁର ବହୁଳ ବ୍ୟବହାର କରାଯାଏ । ଏହା ବ୍ୟତୀତ ଅଦା ହେଙ୍ଗୁ ଖେଚେଡିର ସ୍ୱାଦ ନିଆରା ଭାରତୀୟ ଭୋଜନରେ ବିଭିନ୍ନ ପ୍ରକାରର ମସଲାର ବ୍ୟବହାର ହୋଇଥାଏ । ଆଉ ଏହି ମସଲା କେବଳ ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ । ଏମିତି ଏକ ମସଲା ହେଉଛି ହେଙ୍ଗୁ । ଯଦି ଆପଣ ହେଙ୍ଗୁର ବ୍ୟବହାର କରୁ ନଥାନ୍ତି, ତେବେ ଏହାକୁ ପଢିବା ପରେ ନିଶ୍ଚୟ ବ୍ୟବହାର କରିବେ । ନ୍ୟୁଟ୍ରିସନିଷ୍ଟଙ୍କ କହିବା ଅନୁସାରେ ହେଙ୍ଗୁରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଛି । ତେଣୁ ଏହାକୁ ନିୟମିତ ଭୋଜନରେ ସାମିଲ୍ କରିବା ଖୁବ୍ ଜରୁରି । ପୋଷକ ତତ୍ତ୍ୱ – ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ଏହା ହଜମ ପ୍ରକ୍ରିୟା ବଢାଏ । ଏହା ଆଣ୍ଟି ଡାଇବେଟିକ୍ ମଧ୍ୟ । ହିଙ୍ଗୁ ଆଣ୍ଟି-ଅକ୍ସିଡେଣ୍ଟରେ ଭରା । କାଶ କମାଏ- ଅଧିକ କାଶ ହେଉଥିଲେ ଗରମ ପାଣିରେ ହେଙ୍ଗୁ ପକାଇ ପିଇପାରିବେ । ତୁରନ୍ତ ଆରାମ ମିଳିବ । ରକ୍ତଚାପକୁ ନିୟନ୍ତ୍ରଣ କରେ – ଯଦି ରକ୍ତଚାପ ଜନିତ ସମସ୍ୟା ରହିଛି, ତେବେ ନିୟମିତ ହେଙ୍ଗୁ ନିଶ୍ଚୟ ଖାଆନ୍ତୁ । ଯଦି ଆପଣ ଅନ୍ୟ କୌଣସି ଜିନିଷରେ ଏହାର ବ୍ୟବହାର ଜାଣି ନାହାନ୍ତି, ତେବେ ଡାଲିରେ ଛୁଙ୍କ ଦେବା ସମୟରେ ଏହାର ବ୍ୟବହାର କରିପାରିବେ । ଏହାର ନିୟମିତ ବ୍ୟବହାର ଦ୍ୱାରା ବଢୁଥିବା ରକ୍ତଚାପ ନିୟନ୍ତ୍ରିତ ହୋଇପାରିବ । କିନ୍ତୁ ଏହାର ବ୍ୟବହାର ସୀମିତ ହେବା ଦରକାର । ପାଚନ ଶକ୍ତି ବଢାଏ – ଏହା ହଜମ ଶକ୍ତି ବଢାଏ । ଯଦି କବ୍ଚ ଓ ପେଟ ଫୁଲିବା ସମସ୍ୟା ଥାଏ, ତେବେ ଖାଦ୍ୟରେ ହେଙ୍ଗୁ ନିଶ୍ଚୟ ସାମିଲ୍ କରନ୍ତୁ । ଏହା ପାଚନ ଶକ୍ତି ବଢାଏ । ଠ ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ ଅନେକ ସମୟରେ ସାମାନ୍ୟ କାରଣରୁ ପେଟ ଯନ୍ତ୍ରଣା ହୋଇଥାଏ । ଏହି ସମୟରେ ସାମାନ୍ୟ ହେଙ୍ଗୁ ଖାଇ ନିଅନ୍ତୁ । ଦେଖିବେ ତୁରନ୍ତ ଆରାମ ମିଳିବ । କେବଳ ସେତିକି ନୁହେଁ ଆବଶ୍ୟକ ମାତ୍ରାର ହେଙ୍ଗୁ ବ୍ୟବହାର ଦ୍ୱାରା ମୁଣ୍ଡବିନ୍ଧା ମଧ୍ୟ କମ୍ ହୋଇଥାଏ ।






