ଭଦ୍ରକ, (ବାଘୁଆବାର୍ତ୍ତା): ପୁଲିସ୍ କବଜାରେ ହାଇୱେ ଲୁଟେରା । ପୁଲିସ୍ ସେମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଚଳନ୍ତା ଟ୍ରକରୁ ଡ୍ରାଇଭରମାନଙ୍କ ନିକଟରୁ ଟଙ୍କା ଓ ମୋବାଇ ଲୁଟ୍ କରୁଥିଲେ ଏହି ଲୁଟେରାମାନେ । ଜାତୀୟ ରାଜପଥ ନଳାଙ୍ଗ ନିକଟରୁ ଲୁଟେରାମାନେ ଚଳନ୍ତା ଟ୍ରକରୁ ଡ୍ରାଇଭରଙ୍କୁ ଧମକ ଚମକ ଦେଇ ଦଶ ହଜାର ଟଙ୍କ ସହ ମୋବାଇଲ ଫୋନ୍ ଲୁଟି ନେଇଥିଲେ । ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଗ୍ରାମାଞ୍ଚଳ ପୁଲିସ୍ ବିଭିନ୍ନସ୍ଥାନରେ ଚଢଉ କରି ୩ଜଣ ଲୁଟେରାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ ହୋଇଥିବା ବେଳେ ସେମାନଙ୍କ ଠାରୁ ମୋବାଇଲ୍ ଫୋନ୍ ସହ ୪ହଜାର ଟଙ୍କା ଜବତ କରାଯାଇଛି । ଏନେଇ ପୁଲିସ୍ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।






