Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀମାନେ ମୂଲ୍ୟବୋଧର ବାହକ ସାଜନ୍ତୁ

by ସଞ୍ଜୟ ସ୍ୱାଇଁ
September 24, 2021
in Feature News
ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀମାନେ ମୂଲ୍ୟବୋଧର ବାହକ ସାଜନ୍ତୁ
46
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ସେ୍ୱଚ୍ଛାସେବୀମାନେ ମୂଲ୍ୟବୋଧର ବାହକ ହୋଇ ସମାଜରେ ପରିବର୍ତ୍ତନ ଆଣିବା ଉଚିତ । ଏହି ପ୍ରଦର୍ଶନ ପ୍ରଥମେ ନିଜଠାରେ ଓ ନିଜ ଶିକ୍ଷାନୁଷ୍ଠାନରେ ପ୍ରୟୋଗ କରିବା ଆବଶ୍ୟକ ବୋଲି ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ ଡକଫର ଏମ୍‌.ଏସ୍‌. ସ୍ୱାମୀନାଥନ୍‌ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପୌରୋହିତ୍ୟ କରି କହିଥିଲେ ଯେ ମୂଲ୍ୟବୋଧଭିତ୍ତିକ ଶିକ୍ଷା ସହିତ ଶିକ୍ଷାନୁଷ୍ଠାନରେ ନିଶାନିବାରଣ, ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଓ ଦକ୍ଷତା ବିକାଶ ଦିଗରେ ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀମାନେ କାର୍ଯ୍ୟକରିବା ଉଚିତ । ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ସମୟରେ ଡାକ୍ତର ତଥା ବିଶେଷଜ୍ଞମାନଙ୍କୁ ନେଇ ସମ୍ବେଦନଶୀଳତା ଶିବିର ଆୟୋଜନ କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । କେବଳ ଜଣେ ଉତ୍ତମ ଛାତ୍ର ନୁହେଁ, ଜଣେ ଉତ୍ତମ ଚରିତ୍ରର ମଣିଷ ହେବା ସହିତ ଅନ୍ୟକୁ ସେଭଳି ହେବା ପାଇଁ ପ୍ରବର୍ତ୍ତାଇବାରେ ଏହି ସେ୍ୱଚ୍ଛାସେବୀମାନେ ବ୍ରତୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ପ୍ରତି ଶିକ୍ଷାନୁଷ୍ଠାନରେ କ୍ୟମ୍ପସ୍‌ ଆମ୍ବାସାଡର ନିଯୁକ୍ତି ସହିତ ଏନ୍‌ଏସ୍‌ଏସ୍‌ ରାଜ୍ୟ ପୁରସ୍କାରଗୁଡ଼ିକ ଏହି ଦିବସରେ ପ୍ରଦାନ କରିବାର ପ୍ରସ୍ତାବ ରଖିଥିଲେ । ସେ ମଧ୍ୟ ଭାରତ ସରକାରଙ୍କ ବିଭିନ୍ନ ଯୁବ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜାତୀୟ ଯୁବ ପ୍ରକଳ୍ପ ଆବାହକ ଶ୍ରୀ ମଧୁସୂଦନ ଦାସ ଯୋଗଦେଇ ଛାତ୍ର ଜୀବନରେ ଶୃଙ୍ଖଳା ଓ ରାଷ୍ଟ୍ରନିର୍ମାଣର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଉତ୍ତମ ସଂଗୀତ ଓ ସ୍ଳୋଗାନ ମାଧ୍ୟମରେ କିପରି ଯୁକ୍ତାତ୍ମକ ଉର୍ଜ୍ଜା ଉଜ୍ଜୀବିତ କରିବାକୁ ହେବ ତାହାର ଏକ ପ୍ରୟୋଗାତ୍ମକ ଉଦାହରଣ ସେ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡକଫର ପୱନ୍‌ କୁମାର ଅଗ୍ରୱାଲ ଯୋଗଦେଇ ଉତ୍ତମ ଚରିତ୍ର ଗଠନରେ ଏନ୍‌ଏସ୍‌ଏସ୍‌ର ଉଲ୍ଲେଖନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସେ୍ୱଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ସେମାନେ ପରିବର୍ତ୍ତନର କାରଣ ହୁଅନ୍ତୁ ଏବଂ ଏହି ପରିବର୍ତ୍ତନ ସମାଜ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେଉ । ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ଶାଖା ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପଶାସନ ସଚିବ ଡକଫର ରମେଶ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଏନ୍‌ଏସ୍‌ଏସ୍‌ ଇ.ଟି.ଆଇର ପ୍ରଶିକ୍ଷକ ଡକଫର ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ@ ଅଧିବେଶନରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥିବା କୃତୀ ସେ୍ୱଚ୍ଛାସେବୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଂଗୀତ ଆଦିର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତତ୍‌ପରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ କୃତୀ ସେ୍ୱଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉଦ୍‌ଯାପନୀ ଉତ୍ସବରେ ଇ.ଟି.ଆଇର ସଂଯୋଜକ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ଡକଫର ବ୍ରଜ ନାରାୟଣ ପାତ୍ର ଯୋଗଦେଇଥିଲେ । ୩୦ଟି ଜିଲ୍ଲାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!