Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବଦଳିବ ସ୍ନାତକ ପାଠ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
February 1, 2024
in Education, State
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବଦଳିବ ସ୍ନାତକ ପାଠ୍ୟକ୍ରମ
68
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସ୍ନାତକ (ୟୁଜି)ରେ ପାଠ୍ୟକ୍ରମ ବଦଳିବ । ୨୦୨୪-୨୫ ଶିକ୍ଷାବର୍ଷରୁ ନୂଆ ପାଠ୍ୟ ଖସଡ଼ା ଲାଗୁ କରାଯିବ । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (ସିଏଚଏଚଇ) ପକ୍ଷରୁ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତି ଚାଲିଛି । ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତିକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ତେବେ ନୂଆ ପାଠ୍ୟକ୍ରମରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଗବେଷଣା ସହ ପ୍ରଶିକ୍ଷଣ ସୁଯୋଗ ମିଳିପାରିବ । ଗତ ୨୦୧୬ ମସିହାରେ ରାଜ୍ୟରେ ସ୍ନାତକ ପାଠ୍ୟକ୍ରମ ବଦଳିଥିବା ବେଳେ ସେହିବର୍ଷ ପ୍ରଥମ ଥର ଚଏସ୍ ବେସଡ୍ କ୍ରେଡିଟ୍ ସିଷ୍ଟମ (ସିବିସିଏସ)କୁ ଲାଗୁ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେଥିରେ କିଛିଟା ପରିବର୍ତ୍ତନ କରାଯାଇ ୨୦୧୯ରେ ତାହାକୁ ଲାଗୁ କରାଯାଇଥିଲା । ତେବେ ୫ ବର୍ଷ ପରେ ପାଠ୍ୟ ଖସଡ଼ାକୁ ପୁଣି ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ପ୍ରସ୍ତାବିତ ପାଠ୍ୟକ୍ରମକୁ ‘ମଡେଲ ସିଲାବସ’ ଭାବେ ନାମକରଣ କରାଯାଇଥିବା ବେଳେ ସେଥିରେ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଇଛି । ଏଥିସହିତ କ୍ରୀଡ଼ା, ବିଭିନ୍ନ ଭାଷାକୁ ବୁଝିବା ଓ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ପିଲାମାନେ ପାଠ ପଢ଼ିବା ସହିତ କିପରି ନିଜର ପ୍ରତିଭାର ବିକାଶ କରିପାରିବେ ତା’ ଉପରେ ମଧ୍ୟ ଫୋକସ୍ କରାଯାଉଛି । ଏହି ସିଲାବସରେ ସ୍ନାତକ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣଶିପ୍ କରିବାର ସୁଯୋଗ ପାଇବେ । କଳା ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ‘ଏହି ମଡେଲ ସିଲାବସ୍’ ଲାଗୁ ହେବ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଶିଳ୍ପ କ୍ଷେତ୍ରର ଅଧିକାରୀ, ବୈଷୟିକ ବିଶେଷଜ୍ଞ, ପରିଷଦର ପ୍ରଫେସରଙ୍କୁ ନେଇ ଏହି ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି । ଆବଶ୍ୟକ ସ୍ଥଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ପରିବର୍ତ୍ତନ କରିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!