Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇକୋର୍ଟଙ୍କ ରାୟ, ଆଇନଜୀବୀ ମାନେ ଜିଏସଟି ଓ ସେବା ଟିକସ ପରିସରଭୁକ୍ତ ନୁହନ୍ତି

by ସଞ୍ଜୟ ସ୍ୱାଇଁ
May 1, 2025
in State
ହାଇକୋର୍ଟଙ୍କ ବଡ଼ ରାୟ, ମାଟ୍ରିକ ସାର୍ଟିଫିକେଟ୍‌ରେ ଥିବା ଜନ୍ମ ତାରିଖ ସମସ୍ତ କ୍ଷେତ୍ର ପାଇଁ ପ୍ରଯୁଜ୍ୟ
39
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବ୍ୟକ୍ତିଗତ ଭାବେ ଓକିଲାତି କରୁଥିବା ଆଇନଜୀବୀ ମାନଙ୍କୁ ଜିଏସଟି କିମ୍ବା ସେବା ଟିକସ ପରିଭୁକ୍ତ କରାଯାଇପାରିବ ନାହିଁ । ଏହି ଆଇନଜୀବୀ ମାନେ ସେମାନଙ୍କ ଆଇନ ପେସାରୁ କରୁଥିବା ଆୟ ଉପରେ ଜିଏସଟି କିମ୍ବା ଆୟକର ପ୍ରଦାନରୁ ମୁକ୍ତ ବୋଲି ହାଇକୋର୍ଟ କହିଛନ୍ତି। ଭୁବନେଶ୍ୱର ନିବାସୀ ଜନୈକ ଆଇନଜୀବୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି। ଏଥିସହ ଆବେଦନକାରୀଙ୍କୁ ଭୁବନେଶ୍ୱର ଜିଏସଟି ଅଧୀକ୍ଷକଙ୍କ ପକ୍ଷରୁ ୨୦୨୧ଏପ୍ରିଲ୧୫ରେ ପ୍ରଦାନ କରାଯାଇଥିବା ୨ଲକ୍ଷ୧୪ହଜାର୬୦୦ଟଙ୍କାର ସେବା କର ଆଦାୟ ନୋଟିସ ଓ ୨୦୨୫ଜାନୁଆରି୨୮ର ୨,୩୪୬୦୦ଟଙ୍କାର ଜରିମାନା ଯୁକ୍ତ କର ପଇଠ ବାବଦ ନୋଟିସକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଅନ୍ୟପଟରେ, ଗତ ୨୦୧୮-୧୯ ଓ ୨୦୨୦-୨୧ ବର୍ଷ ପାଇଁ ଆବେଦନକାରୀ ନିଜର ଗୃହ ସମ୍ପତ୍ତିରୁ କରିଥିବା ଆୟ ଦର୍ଶାଇଥିବାରୁ ଏହି ଆୟ ଉପରେ ସମ୍ପୃକ୍ତ ବିଭାଗ ଆଇନ ଅନୁସାରେ ଟିକସ ଆଦାୟ କରିପାରିବ ବୋଲି କହିଛନ୍ତି ଖଣ୍ଡପୀଠ। ବ୍ୟକ୍ତିଗତ ତଥା ସ୍ୱାଧିନ ଭାବେ ଓକିଲାତି କରୁଥିବା ଆଇନଜୀବୀ ମାନଙ୍କୁ ଜିଏସଟି ନୋଟିସ ନେଇ ୨୦୨୧ମାର୍ଚ୍ଚ୩୧ରେ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ଅଯଥାରେ ଏଭଳି ନୋଟିସ ପଠାଇ ନିର୍ଯାତନା ନଦେବାକୁ ସେହି ସମୟରେ ହାଇକୋର୍ଟ କହିଥିଲେ। ଏହି ଆଧାରରେ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହୋଇଥିବା ନେଇ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!