Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇକୋର୍ଟଙ୍କ ରାୟ, ସରକାରୀ ଜମି ଦୀର୍ଘ ବର୍ଷ ଦଖଲରେ ରହିଲେ ବି ବ୍ୟକ୍ତିଗତ ହୋଇପାରିବନାହିଁ

by ସଞ୍ଜୟ ସ୍ୱାଇଁ
May 15, 2025
in State
ହାଇକୋର୍ଟଙ୍କ ରାୟ, ସରକାରୀ ଜମି ଦୀର୍ଘ ବର୍ଷ ଦଖଲରେ ରହିଲେ ବି ବ୍ୟକ୍ତିଗତ ହୋଇପାରିବନାହିଁ
226
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଆଇନଗତ ସ୍ୱୀକୃତି ବିନା ସରକାରୀ ଜମିକୁ କେହି ଦୀର୍ଘବର୍ଷ ଧରି ନିଜ ଦଖଲରେ ରଖିଦେଲେ ଉକ୍ତ ଜମି ବ୍ୟକ୍ତିଗତ ହୋଇପାରିବ ନାହିଁ ବା ସମ୍ପୃକ୍ତ ବ୍ୟକ୍ତିଙ୍କ ମାଲିକାନା ସ୍ୱତ୍ତ୍ୱ ସାବ୍ୟସ୍ତ କରିପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ତଳବାରକୋଟ ଗ୍ରାମରେ ସତ୍ସଙ୍ଗ ଆଶ୍ରମ ବିରୋଧରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ହୋଇଥିବା ନୋଟିସ୍କୁ ଚାଲେଞ୍ଜ କରି ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି । ହାଇକୋର୍ଟ ପ୍ରଶାସନର ଏହି ଉଚ୍ଛେଦ ଆଦେଶକୁ କାଏମ୍ ରଖିବା ସହ ଡିଭାଇନ୍ ୟୁନିଭର୍ସିଟି ସତ୍ସଙ୍ଗ କମନ୍ ପ୍ଲାଟ୍ଫର୍ମ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । ଆବେଦନକାରୀ ଟ୍ରଷ୍ଟ ପିଟିସନ୍ରେ ଦର୍ଶାଇଥିଲେ ଯେ, ତଳବାରକୋଟ ଗ୍ରାମ ନିକଟରେ ସେମାନଙ୍କ ଦଖଲରେ ୪୦ବର୍ଷ ଧରି ୧୨ ଏକର ଜମି ରହିଛି । ଉକ୍ତ ଜମିରେ ଏକ ସତ୍ସଙ୍ଗ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି । ଏହା ସ୍ଥାନୀୟ ଅଞ୍ଚଳର ସାଂସ୍କୃତିକ କେନ୍ଦ୍ରରେ ପରିଣତ ହୋଇଛି । ଏହା ଅନେକ ସାଧୁସନ୍ଥଙ୍କ ରହଣିସ୍ଥଳୀ ହୋଇଥିବାରୁ ଗ୍ରାମବାସୀଙ୍କ ସହଯୋଗକ୍ରମେ ସତ୍ସଙ୍ଗ ବିହାର ଗଠନ ହୋଇଥିଲା । ଏହି ଜମିର ଲିଜ୍ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଢେଙ୍କାନାଳ ତହସିଲ୍ଦାରଙ୍କ ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ ତହସିଲ୍ଦାର ଲିଜ୍ ଆବେଦନକୁ ଖାରଜ କରିଥିଲେ । ଲିଜ୍ ଆବେଦନ ଖାରଜ ପରେ ଢେଙ୍କାନାଳ ତହସିଲ୍ଦାର ଉଚ୍ଛେଦ ନୋଟିସ୍ ଜାରି କରିଥିଲେ । ଏହି ନୋଟିସ୍କୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉପଯୁକ୍ତ ଫୋରମ୍ରେ ସ୍ମାରକପତ୍ର ଦେବାକୁ ପ୍ରଥମେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପରେ ଆବେଦନକାରୀ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସ୍ମାରକପତ୍ରକୁ ଖାରଜ କରିଦେବା ପରେ ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଢେଙ୍କାନାଳ ତହସିଲ୍ଦାରଙ୍କ ପକ୍ଷରୁ ଜାରି ଉଚ୍ଛେଦ ନୋଟିସ୍ରେ କୌଣସି ପ୍ରକାର ବେଆଇନ ହୋଇନାହିଁ ବୋଲି ଦର୍ଶାଇବା ସହ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରିଛନ୍ତି।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!