Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗର୍ଭରୁ ଗ୍ରାସୁଛି ହେପାଟାଇଟିସ୍

by ସଞ୍ଜୟ ସ୍ୱାଇଁ
May 25, 2025
in State
ଗର୍ଭରୁ ଗ୍ରାସୁଛି ହେପାଟାଇଟିସ୍
82
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନବଜାତଙ୍କୁ ଗ୍ରାସୁଛି ବିପଜ୍ଜନକ ହେପାଟାଇଟିସ ରୋଗ । ମା’ ଗର୍ଭରୁ ଜନ୍ମ ନେଉ ନେଉ ଶରୀରରେ ରହୁଛି ହେପାଟାଇଟିସ-ବି ଭୂତାଣୁ । ଏହାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ଦୁଇବର୍ଷରେ ରାଜ୍ୟରେ ମୋଟ ୧୧୪୭ଜଣ ନବଜାତ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । କେବଳ ଶିଶୁ ନୁହନ୍ତି, ମହିଳା ଯୌନକର୍ମୀ, ସମଲିଙ୍ଗୀ, କଏଦୀ, ଡ୍ରଗ୍ସ ଖାଉଥିବା ବ୍ୟକ୍ତିଙ୍କୁ ହେପାଟାଇଟିସ-ବି ଓ ସି ହେବା ଅଧିକ ଆଶଙ୍କା ରହିଛି । ତେଣୁ ଏହି ବର୍ଗର ଲୋକେ ଅଧିକ ସଚେତନ ହେବା ଦରକାର । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ୨୦୨୩ରେ ୮୧୭ଜଣ ବ୍ୟକ୍ତି ହେପାଟାଇଟିସ-ବି ଏବଂ ୧୯୧ଜଣ ହେପାଟାଇଟିସ-ସିରେ ଆକ୍ରାନ୍ତ ହୋଇଥିଲେ । ହେଲେ ୨୦୨୪ରେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବରେ ବୃଦ୍ଧି ପାଇଛି । ଗତବର୍ଷ ୬୮୩ଜଣ ବ୍ୟକ୍ତି ହେପାଟାଇଟିସ-ବି ଏବଂ ୨୯୮ଜଣ ହେପାଟାଇଟିସ-ସିରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୫୨୨ଜଣ ଗର୍ଭବତୀ ମହିଳାଙ୍କ ଶରୀରରେ ମଧ୍ୟ ହେପାଟାଇଟିସ-ବି ଚିହ୍ନଟ ହୋଇଛି । ୨୦୨୩ରେ ୪୫୪ ଓ ୨୦୨୪ରେ ୬୯୩ଜଣ ନବଜାତ ହେପାଟାଇଟିସ-ବିରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ତେବେ ହେପାଟାଇଟିସ ଯୋଗୁ କାହାରି ମୃତ୍ୟୁ ଘଟିଥିବା ଜଣାପଡ଼ିନି । ହେପାଟାଇଟିସ ରୋଗ ସିଧାସଳଖ ଯକୃତକୁ ଆକ୍ରାନ୍ତ କରେ । ଫଳରେ ଯକୃତ ପୋଡ଼ାଜଳା ହୁଏ । ଯଦି ପ୍ରାରମ୍ଭରୁ ଏହାର ଚିକିତ୍ସା ନକରାଯିବ ତେବେ ଜୀବନସାରା ଔଷଧ ଖାଇବାକୁ ପଡ଼େ । ନଚେତ୍ ଯକୃତ ନଷ୍ଟ ହୋଇଯାଏ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ରୋଗୀଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ହେପାଟାଇଟିସ-ବି ରୋଗ ଆରମ୍ଭରୁ ଚିକିତ୍ସା ଦ୍ୱାରା ଭଲ ହୋଇପାରିବ । ହେଲେ ହେପାଟାଇଟିସସିର ଚିକିତ୍ସା ନଥିବା ବେଳେ ଟିକାକରଣ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ହେପାଟାଇଟିସ୍-ବିରେ ଆକ୍ରାନ୍ତ ଶିଶୁଙ୍କୁ ହେପାଟାଇଟ୍ସ-ବି ଇମିନ୍ୟୁ ଗ୍ଲୋବଲିନ୍ ଟିକା ଦିଆଯାଉଛି । ରାଜ୍ୟରେ ହେପାଟାଇଟିସ ଦୂରୀକରଣ ପାଇଁ ୨୦୧୮ରେ ଜାତୀୟ ସଂକ୍ରମଣ ହେପାଟାଇଟିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଯୌନକର୍ମୀ, ସମଲିଙ୍ଗୀ, ଶିଶୁ, ଗର୍ଭବତୀଙ୍କ ସ୍କ୍ରିନିଂ କରାଯାଉଛି । ଯଦି କେହି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେବେ ସେମାନଙ୍କୁ ସରକାରୀସ୍ତରରେ ଦେୟମୁକ୍ତ ପ୍ରତିଷେଧକ ଟିକା ଦିଆଯାଉଛି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!