ପୁରୀ, (ବାଘୁଆବାର୍ତ୍ତା): ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କର ସ୍ୱାସ୍ଥ୍ୟ ବୀମା ମିଳିବା ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବୈଠକରେ ଆଲୋଚନା କରାଯାଇଛି । ସେବାୟତମାନଙ୍କୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନୀ ସ୍ୱାସ୍ଥ୍ୟ ବୀମା ଯୋଗାଇବ । ଶ୍ରୀମନ୍ଦିର ସହିତ ସଂପୃକ୍ତ ଥିବା ସେବାୟତମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ପ୍ରାୟ ୨୫ଶହ ସେବକଙ୍କ ପରିବାର ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇବେ । ପରିବାର ପିଛା ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଯୋଗାଇ ଦିଆଯିବ । ଗୁରୁତର ଅସୁସ୍ଥ ହେଲେ ୧ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । କର୍କଟ ଓ କିଡ଼ନୀ ପ୍ରତିରୋପଣ କ୍ଷେତ୍ରରେ ସହାୟତା । ୨୫ଜଣ ଚିକିତ୍ସିତଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ଯୋଗାଇ ଦିଆଯବ ବୋଲି ବୈଠକରେ ଆଲୋଚନା ହୋଇଛି ।





