ନୟାଗଡ଼ (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନକୁ ଦେଖି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଲକଡାଉନ ସମୟରେ ବୁଲା ଗାଈଗୋରୁ, କୁକୁର ଓ ପକ୍ଷୀମାନଙ୍କ ପାଇଁ ସହାୟ ହୋଇଛି ନୟାଗଡ଼ ମୁନିସପାଲଟି । ଜିଲ୍ଲା ଯୁବ ମଙ୍ଗଳ ସମିତି ଓ ୧୧ ନଂ ୱାର୍ଡର ମହିଳା ସ୍ୱୟଂ ସହାୟିକାଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଗାଈଗୋରୁଙ୍କ ପାଇଁ ଚୋକଡ ଓ କୁଣ୍ଡା ଯୋଗାଇ ଦିଆଯାଉଛି । ସେହିପରି ଭାବେ ପକ୍ଷୀ ମାନଙ୍କ ପାଇଁ ବିସ୍କୁଟ ପ୍ରଦାନ କରାଯାଉଛି । ନୟାଗଡ଼ ମୁନିସପାଲଟିର ପୁରୁଣା ସହର, ଖଣ୍ଡପଡା ଛକ, ପିଟିଏସ ଛକ, ବାରମାସି ଦଣ୍ଡା, କଲେଜ ରୋଡ, ଏକ ନମ୍ବର ୱାର୍ଡର ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ, ମହିଳା ମହାବିଦ୍ୟାଳୟ ଓ ସହରର ମୁଖ୍ୟ ସ୍ଥାନ ମାନଙ୍କରେ ଦୈନିକ ଏହି ଖାଦ୍ୟ ଯୋଗାଣ କରାଯାଉଛି । ଏହି କାର୍ଯ୍ୟ ପାଇଁ ନୟାଗଡ଼ ମୁନିସପାଲିଟି କର୍ତ୍ତୁପକ୍ଷଙ୍କୁ ସହରର ବୁଦ୍ଧିଜୀବିମାନେ ପ୍ରଶଂସା କରିଛନ୍ତି । ନୟାଗଡ଼ ମୁନିସିପାଲଟିର କାର୍ଯ୍ୟନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରତ୍ୟେକ ଦିନ ତଦାରଖ କରୁଛନ୍ତି ।






