ନୟାଗଡ଼ (ବାଘୁଆବାର୍ତ୍ତା): ଦିନେ ଯିଏ ଅନ୍ୟକୁ ରକ୍ତ ଦେଇ ସାହାର୍ଯ୍ୟ କରୁଥିଲେ ସେ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନୟାଗଡ଼ ବାରମାସୀ ଦଣ୍ଡାରେ ନିଜ ପତ୍ନୀ ଓ ତିନି ବର୍ଷର ଝିଅକୁ ନେଇ ତାଙ୍କ ପରିବାର ଚଳାଉଥିଲେ । ଆଜି ସେ କରୋନା ଆକ୍ରାନ୍ତରେ କଳିଙ୍ଗ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅମୁଲ୍ୟ । ଦୀର୍ଘ ବାର ଦିନ ଧରି କରୋନା ସହ ସଂଗ୍ରାମ ଜାରି ରଖିଛନ୍ତି । କମ୍ପ୍ୟୁଟର ମରାମତି କରି ତାଙ୍କ ପରିବାର ଚଳାଉଥିଲେ । କୋଭିଡରେ ଆକ୍ରାନ୍ତ ହୋଇଯିବାରୁ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତାଙ୍କୁ ଇସିଏମଓ ଚିକିତ୍ସା ଦରକାର, ଯେଉଁଥିପାଇଁ ଅର୍ଥ ବାଧକ ସାଜିଛି । କଲିକତା କିମ୍ବା ହାଇଦ୍ରାବାଦ ଯିବା ପାଇଁ ତାଙ୍କ ପାଖରେ ସେତିକି ପରିମାଣର ଅର୍ଥ ନାହିଁ । ତାଙ୍କ ପରିବାର ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ସମସ୍ତେ ସାହାର୍ଯ୍ୟ କଲେ ଗୋଟେ ଜୀବନ ବଞ୍ଚିବା ସହିତ ଗୋଟେ ପରିବାର ବଞ୍ଚିଯିବ ।





