Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଲିଟାରୀ ହେଲିକପ୍ଟର କ୍ରାଶ, ୧୪ ମୃତ

by ସଞ୍ଜୟ ସ୍ୱାଇଁ
July 16, 2022
in WORLD
ମିଲିଟାରୀ ହେଲିକପ୍ଟର କ୍ରାଶ, ୧୪ ମୃତ
114
VIEWS
Share on FacebookShare on Twitter

ମେକ୍ସିକୋ ସିଟି, (ବାଘୁଆବାର୍ତ୍ତା): ମେକ୍ସିକୋର ନର୍ଦ୍ଦନ ଅଞ୍ଚଳ ସିନାଲୋଆରେ ବ୍ଲାକ ହକ ମିଲିଟାରୀ ହେଲିକପ୍ଟର କ୍ରାଶ ହୋଇଯାଇଛି। ଏଥିରେ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମେକ୍ସିକୋ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ହେଲିକପ୍ଟରେ କେମିତି କ୍ରାଶ ହେଲା ତା’ର ତଦନ୍ତ କରାଯାଉଛି। ଶୁକ୍ରବାର ସିନାଲୋର ଆଉ ଗୋଟିଏ ପ୍ରାନ୍ତରୁ କୁଖ୍ୟାତ ଡ୍ରଗ୍ସ ଡିଲର ରାଫେଲ କାରୋ କ୍ୱିନଟେରୋକୁ ଗିରଫ କରାଯାଇଥିଲା। ଏହାର କିଛି ସମୟ ପରେ ହିଁ ମିଲିଟାରୀ ହେଲିକପ୍ଟର କ୍ରାଶ ହୋଇଛି। ତେଣୁ ରାଫେଲର ଗିରଫଦାରୀ ସହ କ୍ରାଶର ଲିଙ୍କ ରହିଥିବା ଆଶଙ୍କା କରାଯାଉଛି। ଶୁକ୍ରବାର ମେକ୍ସିକୋ ନୌସେନା ରାଫେଲକୁ ଗିରଫ କରିଥିଲା। ସେ ୧୯୮୫ ମସିହାରେ ଆମେରିକାର ଜଣେ ଡ୍ରଗ୍ସ ନିରୋଧ ଅଫିସରଙ୍କୁ ନିର୍ୟାତନା ଦେବା ସହ ହତ୍ୟା କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତାକୁ ଧରିବା ପାଇଁ ୨ କୋଟି ଡଲାରର ପୁରସ୍କାର ଘୋଷଣା କରାଯାଇଥିଲେ ହେଁ ସେ ଏଯାଏ ଫେରାର ଥିଲା। କିନ୍ତୁ ବେଳେ ଶୁକ୍ରବାର ନୌସେନା ତା’କୁ ସିନାଲୋଆର ଚୋଇକ୍ସ ଠାରୁ ଗିରଫ କରଥିଲା। ଏହାର କିଛି ଘଣ୍ଟା ପରେ ହିଁ ମେକ୍ସିକୋ ନୌସେନାର ହେଲିକପ୍ଟର କ୍ରାଶ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରରେ ମୋଟ ୧୫ ଜଣ ନୌସେନା କର୍ମଚାରୀ ଥିଲେ। ଏମାନେ କୌଣସି କାମରେ ଉଡ଼ାଣ ଭରିଥିଲା ବେଳେ ହଠାତ୍ ହେଲିକପ୍ଟରଟି କ୍ରାଶ ହୋଇ ଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳେକୁ ୧୫ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଏବେ ଏକମାତ୍ର ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏତେ ସଂଖ୍ୟକ କର୍ମଚାରୀଙ୍କ ମୃତ୍ୟୁରେ ନୌସେନା ମର୍ମାହତ ହୋଇଛି। ଏଥିସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!