ନୟାଗଡ଼ (ବାଘୁଆବାର୍ତ୍ତା): କରୋନାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଲୋକ ମୃତ ମୁହଁରେ ପଡିଛନ୍ତି । ମୃତ୍ୟୁବରଣ କଲାପରେ ପାଖକୁ କେହି ହେଲେବି ଆସୁନାହାନ୍ତି । ଏପରି ଅବସ୍ଥା ଅନେକ ଯାଗାରେ ଦେଖିବାକୁ ମିଳିଛି । ସାହିପଡୋଶୀ କେହି ପାଖକୁ ଆସୁନାହାନ୍ତି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ହେଲେ ଆଜି ଚାଲିଗଲେ ଅଫେରା ରାସ୍ତାରେ । କରୋନା ଆକ୍ରାନ୍ତ ବୋଲି ସାହିଭାଇ ଆସିଲେନି ଦୁଇ ପୁଅ ପିପିଇ କିଟ ପିନ୍ଧି ବାପାଙ୍କ ମରଶରୀରକୁ ସ୍କୁଟିରେ ନେଇ ସତ୍କାର କରିଛନ୍ତି । ଆଜି ଏମିତି ଏକ ବିକଳ ଚିତ୍ର ବଲାଙ୍ଗିର ଜିଲ୍ଲାରୁ ଆସିଛି । ବେଲପଡ଼ା ବ୍ଲକ ସଲଣ୍ଡି ଗାଁର ଉଦ୍ଧବ ବେହେରା । ସେ କରୋନା ସଂକ୍ରମଣ ହୋଇଥିଲା । ସେଥିପାଇଁ ଗତ ୭ ଦିନ ହେଲା ସେ ନିଜ ଘରେ କ୍ୱାରେଣ୍ଟାଇନରେ ରହିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକଠାକ୍ ଥିଲା । ତେବେ ଆଜି ସକାଳେ ତାଙ୍କର ହଠାତ ମୃତ୍ୟୁ ଘଟିଥିଲା । ଉଦ୍ଧବଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । କରୋନା ଆକ୍ରାନ୍ତ ହୋଇଥିବାରୁ ସାହି ଭାଇ କେହି ଆସିଲେ ନାହିଁ । ତେଣୁ ତାଙ୍କର ଦୁଇ ପୁଅ ଓ ଜଣେ ପୁତୁରା ପିପିଇ କିଟ ପିନ୍ଧି ବାପାଙ୍କ ମୃତ ଦେହକୁ ଏକ ସ୍କୁଟିରେ ବୋହି ନେଇ ଗାଁର ଗୋଚର ଜମିରେ ସତ୍କାର କରିଛନ୍ତି । ସେପଟେ ମୃତ ଉଦ୍ଧବଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହୋମ କ୍ୱାରେଣ୍ଟାଇନରେ ଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ, ସଲଣ୍ଡି ଗାଁରେ ଏବେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଯାହାକୁ ନେଇ ଗାଁରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି ।






