ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ଜିଲ୍ଲା ୪ ଦିନିଆ ଗସ୍ତରେ ଅଛନ୍ତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ର ଡ.ଅରୁଣ କୁମାର ସାହୁ । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ବଣ୍ଟା ଯାଉଛି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୯୬ ଲକ୍ଷ ୫୦ ହଜାର ପରିବାରର ୩ କୋଟି ୩୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ଆଜି କୃଷି ମନ୍ତ୍ରୀ ଡ. ସାହୁ ବାଲିଶଙ୍କର ବ୍ଲକର ବି.କରୁଆବାହାଲ ପଞ୍ଚାୟତର ପଇଁତରା ସ୍କୁଲରେ କାର୍ଡ ବାଣ୍ଟିଥିବା ବେଳେ କୁଷୁମୁରା ଗ୍ରାମ ପଞ୍ଚାୟତର ରାଇଡିହି ସ୍କୁଲରେ କାର୍ଡ ବଣ୍ଟନ କରିଛନ୍ତି । ସେହିପରି ଭାବେ ତିଲେଇକାଣି ଗ୍ରାମ ପଞ୍ଚାୟତ ସିକାଜୋ ସ୍କୁଲ ବାଣ୍ଟିବା ସହିତ ଦେଓଭୁବନପୁର ପଞ୍ଚାୟତରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଛି । ଉକ୍ତ ବ୍ଲକର ହିତାଧିକାରି ମାନେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯୋଗଦେଇ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଷ୍ପେନ୍ଦ୍ର ସିଂଦେଓ ସମେତ ସ୍ଥାନୀୟ ନେତୃମଣ୍ଡଳୀ ସହଯୋଗ କରିଛନ୍ତି ।





