Sunday, June 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସିଲେନି ସମ୍ପର୍କୀୟ, ଝିଅଙ୍କ ସହ ମିଶି ଡାକ୍ତର କଲେ ଶବ ଦାହ

by ସଞ୍ଜୟ ସ୍ୱାଇଁ
May 18, 2021
in Health, State
ଆସିଲେନି ସମ୍ପର୍କୀୟ, ଝିଅଙ୍କ ସହ ମିଶି ଡାକ୍ତର କଲେ ଶବ ଦାହ
191
VIEWS
Share on FacebookShare on Twitter

ପଦ୍ମପୁର (ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ଭୟରେ ନିଜ ସମ୍ପର୍କୀୟମାନେ ମଧ୍ୟ ଶବ ପାଖ ମାଡୁନାହନ୍ତି । ଶବ ପଡି ରହିଥିଲେ ମଧ୍ୟ ଲୋକ ସତ୍କାର ପାଇଁ ଆସୁନାହାନ୍ତି । ଏପରି ସମୟରେ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତିି ଡାକ୍ତର ସୁଦୀପ୍ତ ସାହୁ । ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଦୀର୍ଘ ୫ ଦିନ ହେବ କୋଭିଡ ଆକ୍ରାନ୍ତ ହୋଇ ଘରୋଇ ସଂଗରୋଧରେ ରହିଥିଲେ । ବୁଧବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ଭଗବାନଙ୍କ ଦେହାନ୍ତ ହୋଇଥିଲା । କରୋନା ଭୂତାଣୁ ଭୟରେ ଶବ ସତ୍କାର ପାଇଁ ତାଙ୍କ ସମ୍ପର୍କୀୟ ତଥା ସାହି ପଡିଶାରୁ କେହି ଆସିନଥିଲେ । ଏ ବିଷୟରେ ପରିବାର ଲୋକେ ବୁକୁରାମୁଣ୍ଡା ସିଏଚସିକୁ ଜଣାଇଥିଲେ । ବୁକୁରାମୁଣ୍ଡରା ସିଏଚସିର ଡାକ୍ତର ସୁଦୀପ୍ତ ସାହୁ ଏବଂ ତାଙ୍କ ସହକର୍ମୀ ସେଠାରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ଶବ ପଡି ରହିବା ପରେ ମଧ୍ୟ ଶବ ସତ୍କାର ପାଇଁ କେହି ନ ଆସିବାରୁ ଡାକ୍ତର ନିଜେ ପିପିଇ କିଟ ପିନ୍ଧି ମୃତ ଭଗବାନ ମରେଇଙ୍କ ଝିଅ ସହ ମିଶି ଶବ ସତ୍କାର କରିଥିବା ଜଣା ଯାଇଛି । ତାଙ୍କର ଏଭଳି ପ୍ରୟାସକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ଡାକ୍ତର ସୁଦୀପ୍ତ ସାହୁ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!