ଯାଜପୁର, (ବାଘୁଆବାର୍ତ୍ତା): ବଡଚଣା ବ୍ଲକ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ଝାଟିଆପଡା ଗ୍ରାମରେ ନିର୍ବନ୍ଧ ଭୋଜି ଖାଇ ୫୦ ଜଣରୁ ଉର୍ଦ୍ଧ୍ୱ ଅସୁସ୍ଥ । ସେମାନଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସୂଚନା ମୁତାବକ ଗତକାଲି ରାତିରେ ଝାଟିଆପଡା ଗ୍ରାମର ବାସୁ ରାଉତଙ୍କ ପୁଅ ବାହାଘରର ନିର୍ବନ୍ଧ ଭୋଜି ଖାଇବା ପରେ ଗ୍ରାମରେ ଅନେକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।






