Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋନୁ ସୁଦ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ ଫାଇଟ, ରୋଗୀଙ୍କୁ ଶଯ୍ୟା ଯୋଗାଇବା ପ୍ରସଙ୍ଗ

by ସଞ୍ଜୟ ସ୍ୱାଇଁ
May 18, 2021
in Health, NATIONAL NEWS, State
ସୋନୁ ସୁଦ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ ଫାଇଟ, ରୋଗୀଙ୍କୁ ଶଯ୍ୟା ଯୋଗାଇବା ପ୍ରସଙ୍ଗ
245
VIEWS
Share on FacebookShare on Twitter

ବ୍ରହ୍ମପୁର (ବାଘୁଆବାର୍ତ୍ତା): ପ୍ରଥମ ଲହରରେ କରୋନା ହଟ୍ସ୍ପଟ ପାଲଟିଥିଲା ଗଞ୍ଜାମ ଜିଲ୍ଲା ଦ୍ୱିତୀୟ ଲହରର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି । ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସୁବିଧା ସହିତ ପର୍ଯ୍ୟାପ୍ତ ପରିମାଣର ଅକସିଜେନ ମହଜୁଦ ରହିଥିବା ନେଇ ପ୍ରଶାସନ ତରଫରୁ କୁହାଯାଇଛି । ରୋଗୀଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ମହାଗନର ସମତେ ସମସ୍ତ ବ୍ଳକରେ ବନ୍ଦୋବସ୍ତ କରାଯାଇଛି ବୋଲି ପ୍ରଶାସନ କହୁଛି । ଏଭଳି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଜଣେ ଯୁବକଙ୍କ ପତ୍ନୀଙ୍କୁ ମେଡିକାଲରେ ଶଯ୍ୟା ଯୋଗାଇବା ସମ୍ପର୍କରେ ଟ୍ୱିଟ କରିବା ଏବଂ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟରେ ଉତ୍ତର ରଖିବା ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ସିଜେନ ଓ ଶଯ୍ୟା ପ୍ରସ୍ତୁତ ରହିଥିବା ନେଇ କୁହାଯାଉଥିବାବେଳେ ଗୋଟିଏ ଶଯ୍ୟା ପାଇଁ ସୋନୁଙ୍କ ଟ୍ୱିଟ ଏବେ ଜିଲ୍ଲାର କୋଭିଡ ମେଡିକାଲର ସ୍ଥିତିକୁ ପଦାରେ ପକାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ମେଡିକାଲରେ ଏକ ଶଯ୍ୟା ଯୋଗାଇବା ପାଇଁ ବଲିଉଡର ଚର୍ଚ୍ଚିତ ଅଭିନେତା ସୋନୁ ସୁଦଙ୍କୁ ଟ୍ୱିଟ କରି ଅନୁରୋଧ କରିଥିଲେ । ଏହାର ଉତ୍ତରରେ ସୋନୁ କହିଥିଲେ ଯେ ବ୍ୟସ୍ତ ହୁଅନ୍ତୁ ନାହିଁ, ବ୍ରହ୍ମପୁର ସିଟି ହସ୍ପିଟାଲରେ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆଜି ଗଞ୍ଚାମ ଜିଲ୍ଲାପଳ ଟ୍ୱିଟ କରି କହିଛନ୍ତି ଯେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କ ଠାରୁ ଜିଲ୍ଲା ପ୍ରଶାସନକୁ କୌଣସି ପ୍ରକାର ଯୋଗାଯୋଗ କରାଯାଇ ନାହିଁ । ରୋଗୀ ଜଣକ ଘରୋଇ ସଙ୍ଗରୋଧରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଶଯ୍ୟା ଯୋଗାଇ ଦେବାକୁ ନେଇ କୌଣସି ସମସ୍ୟା ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ବିଏମସି କର୍ତ୍ତୃପକ୍ଷ ଏହାକୁ ଅନୁଧ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି । ପ୍ରଶାସନ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ପରେ ଏବେ ସାଧାରଣରେ ଉଭୟ ସୋନୁ ଓ ଜିଲ୍ଲାପାଳଙ୍କ ଟ୍ୱିଟକୁ ନେଇ ନାନା ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦି ସୋନୁ ଶଯ୍ୟା ବ୍ୟବସ୍ଥା କରିନାହାନ୍ତି ତେବେ ଏଭଳି ଟ୍ୱିଟ କଲେ କାହିଁକି? ଶଯ୍ୟା ବ୍ୟବସ୍ଥା କରି ନଥିଲେ ସେ ସିଟି ହସ୍ପିଟାଲର ନାମ ଉଲ୍ଲେଖ କଲେ କେମିତି? ଆଜି ସଂଧ୍ୟାରେ ସୋନୁ ପୁଣି ଟ୍ୱିଟ କରି ଜିଲ୍ଲାପାଳଙ୍କ ପ୍ରତିକ୍ରିୟାରେ ଉତ୍ତର ରଖିଛନ୍ତି । ଆମେ ଆପଣଙ୍କୁ ଏଥିନେଇ ଅନୁରୋଧ କରିଥିବା ନେଇ ଜଣାଇନାହୁଁ । ଯେଉଁ ବ୍ୟକ୍ତି ଜଣକ ଆମକୁ ଅବଗତ କରାଇଥିଲେ ତାଙ୍କ ପାଇଁ ଆମେ ଏକ ଶଯ୍ୟାର ବ୍ୟବସ୍ଥା କରାଇଥିଲୁ ।’ ସଂପୃକ୍ତ ବ୍ୟକ୍ତି ଓ ସୋନୁଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ବି ଏଥିରେ ସେ ଦର୍ଶାଇଛନ୍ତି । ‘ଆପଣ ଏଥିନେଇ ଚେକ କରିପାରନ୍ତି । ଆପଣଙ୍କ ଅଫିସ ବହୁତ ଭଲ କାମ କରୁଛି,’ ବୋଲି ବି ସୋନୁ ଏଥିରେ ଉଲ୍ଲେଖ କରିଛନ୍ତି । ଏଥିରେ ସଂପୃକ୍ତ ଆକ୍ରାନ୍ତଙ୍କ ନାମ ଜ୍ୟୋସ୍ନାରାଣୀ ଦିଗାଲ ବୋଲି ସୋନୁ ଟ୍ୱିଟରେ ଜଣାଇଛନ୍ତି । ଶେଷରେ ଶଯ୍ୟା ପାଇବା ପରେ ଯୋଗାଯୋଗ କରିଥିବା ବ୍ୟକ୍ତି ଜଣକ ସୋନୁଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି । ଏହି ଟ୍ୱିଟ ପରେ ଜିଲ୍ଲାପାଳ ପୁଣି ଟ୍ୱିଟ କରି ସୋନୁଙ୍କୁ ଜଣାଇଛନ୍ତି ଯେ ‘ତୁମ ବ୍ୟବସ୍ଥାକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ । ରୋଗୀଙ୍କୁ ଶଯ୍ୟା ଉପଲବ୍ଧ କରାଇବା ପାଇଁ ଆମର ନିଜସ୍ୱ ଗଞ୍ଜାମ ଟିମ ଅଛି । ତଥାପି ଏଥିରେ କୌଣସି ସମସ୍ୟା ଅଛି କି ନାହିଁ ତାହା ଜାଣିବା ଆମର କର୍ତ୍ତବ୍ୟ ବୋଲି କହିବା ସହ ସୋନୁ ଏବଂ ତାଙ୍କ ସଂଗଠନକୁ ପ୍ରଶଂସା କରିଛନ୍ତି ।’ ଆଜି ଉଭୟ ସୋନୁ ଓ ଜିଲ୍ଲାପାଳଙ୍କ ଟ୍ୱିଟ ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!