Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେଉଁଠି ବାହାଘର ଭୋଜି ତ କେଉଁଠି ଏକୋଇଶା ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

by ସଞ୍ଜୟ ସ୍ୱାଇଁ
April 23, 2022
in Health, State
କେଉଁଠି ବାହାଘର ଭୋଜି ତ କେଉଁଠି ଏକୋଇଶା ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ
226
VIEWS
Share on FacebookShare on Twitter

ସମ୍ବଲପୁର/ଭଦ୍ରକ, (ବାଘୁଆବାର୍ତ୍ତା): କେଉଁଠି ବାହାଘର ଭୋଜି ତ କେଉଁଠି ଏକୋଇଶା ଭୋଜି ଖାଇ ଅସୁସ୍ଥ ହେଲେ ଲୋକେ। ଏପରି ଘଟଣା ଗତକାଲି ସମ୍ବଲପୁର ଓ ଭଦ୍ରକରେ ଘଟିଥିବା ବେଳେ ଉଭୟ ସ୍ଥାନରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ସମ୍ବଲପୁରରେ ବିବାହ ଭୋଜି ଖାଇ ୧୬ ଜଣ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଭଦ୍ରକରେ ଏକୋଶିଆ ଭୋଜି ଖାଇ ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ଗତକାଲି ବୌଦ୍ଧ ବଘିଆପଡ଼ା ଅଞ୍ଚଳରୁ ୩୦ରୁ ୪୦ ଜଣ କନ୍ୟା ଯାତ୍ରୀ ସମ୍ବଲପୁର ଆସିଥିଲେ । ଭୋଜି ଖାଇବା ପରେ ସେମାନଙ୍କ ମଧ୍ୟରୁ ୧୬ ଜଣ ବାନ୍ତି ଓ ଅନ୍ୟ ଅସୁସ୍ଥତା କାରଣରୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗତକାଲି ପ୍ରାଥମିକ ଚିକିତ୍ସା ପରେ ୭ ଜଣ ଘରକୁ ଫେରିଛନ୍ତି । ଅନ୍ୟମାନଙ୍କ ଅବସ୍ଥା ଏବେ ସ୍ୱାଭାବିକ ଥିବା ଜଣାପଡ଼ିଛି । ଏହାବାଦ, ଭଦ୍ରକ ଜିଲ୍ଲା ହସନାବାଦ ଅଷ୍ଟକ ଗାଁରେ ଗତକାଲି ଏକ ଏକୋଇଶିଆ ଭୋଜି ହୋଇଥିଲା । ସେଠାରେ ସମସ୍ତେ ପୁରୀ, ଘାଣ୍ଟ ସହ ସିରିଣୀ ଓ ପଞ୍ଚାମୃତ ଖାଇଥିଲେ । ଏହାପରେ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥମାନଙ୍କୁ ଯାଜପୁର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଫୁଡ୍ ପଏଜନିଂ କାରଣରୁ ଏପରି ହୋଇଥିବା ବେଳେ ଆକ୍ରାନ୍ତମାନେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!