Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେସ୍‌ରେ ଫିନାଇଲ୍‌ ମିଶା ଖିରି ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

by ସଞ୍ଜୟ ସ୍ୱାଇଁ
March 11, 2022
in Health, State
ମେସ୍‌ରେ ଫିନାଇଲ୍‌ ମିଶା ଖିରି ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ
50
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଖିରିରେ କ୍ଷୀର ବଦଳରେ ଫିନାଇଲ୍‌ ମିଶାଇ ଦେଲେ ରୋଷେୟା। ଆଉ ତାକୁ ଖାଇବା ପରେ ୧୦ରୁ ଧିକ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ଭିତରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ରୂପ୍‌ଷା ଥାନା ଅଞ୍ଚଳରେ ଘଟିଛି। ରୂପ୍‌ଷାରେ ଏକ ଘରୋଇ ମହାବିଦ୍ୟାଳୟର ମେସ୍‌ର ମୁଖ୍ୟ ରୋଷେୟା ନଥିଲେ। ତାଙ୍କ ଅନୁପସ୍ଥିତି ମେସ୍‌ରେ କାମ କରୁଥିବା ଜଣେ ବୃଦ୍ଧ ମହିଳା ରୋଷେଇ କରିଥିଲେ। ମହିଳା ଜଣକ ଖିରି ପ୍ରସ୍ତୁତି ବେଳେ କ୍ଷୀର ବଦଳରେ ପାଖରେ ଥିବା ଫିନାଇଲ୍‌ ମିଶାଇ ଦେଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେହି ଖିରିକୁ ମେସ୍‌ରେ ରହୁଥିବା ଛାତ୍ରଙ୍କୁ ଖାଇବାକୁ ଦେଇଥିଲେ। ପିଲାମାନେ ଖିରି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। କାହାର ପେଟ କାମୁଡିଥିଲା ତ କାହାକୁ ବାନ୍ତି ହୋଇଥିଲା। ଆଉ କାହାର ମୁଣ୍ଡ ବିନ୍ଧି ଥିଲା। ଏ ସମ୍ପର୍କରେ ଜାଣିବା ପରେ ମେସ୍‌ କର୍ତ୍ତୃପକ୍ଷ ଛାତ୍ରଙ୍କୁ ରୂପ୍‌ଷା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥ ଠିକ୍‌ ଥିବା ଡାକ୍ତର କହିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!