Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ ଜଣଙ୍କର ମୃତ୍ୟୁ ହେବାପରେ ଗାଁରେ ଆତଙ୍କର ବାତାବରଣ, ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍‌

by ସଞ୍ଜୟ ସ୍ୱାଇଁ
October 21, 2021
in Health, State
୩ ଜଣଙ୍କର ମୃତ୍ୟୁ ହେବାପରେ ଗାଁରେ ଆତଙ୍କର ବାତାବରଣ, ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍‌
189
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ଆଦିବାସୀ ବହୁଳ ଅଂଚଳ କେସିପୁର ପଞ୍ଚାୟତରେ ଅଜଣା ରୋଗରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ତଦନ୍ତ ପାଇଁ ପହଁଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ୍‌। ସୂଚନାରୁ ପ୍ରକାଶ, ନୀଳଗିରି ବ୍ଲକ ଅଧିନ କେସିପୁର ପଞ୍ଚାୟତ ଟୁଲୁକଡାଵ ଗାଁରେ ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକେ ରୁହନ୍ତି। ଆଜକୁ ମାସେ ତଳେ ଗାଁର ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ବାନ୍ତି ହେବା ସହ ଚାଲିବାକୁ ଶକ୍ତି ପାଉନଥିବା ଅଭିଯୋଗ ହୋଇଥିଲା । କିଛି ଗ୍ରାମବାସୀ ସ୍ଥାନୀୟ ହସ୍ପିଟାଲ ଏବଂ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛି ଗୁରତର ହୋଇ ମଧ୍ୟ ବାଲେଶ୍ଵର ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ସୂଚନାଯୋଗ୍ୟ ସେହି ଗ୍ରାମର ଚୁଡାମଣି ପଢିଆର(୪୭), ସଞ୍ଜୟ ବିଶ୍ୱାଳ(୧୮) ଓ ଟୁକୁନି ପଲେଇ(୫୮) ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। କେହିକେହି ଡାଇରିଆ ପାଇଁ ମୃତ୍ୟୁ ହୋଇଥିବା କହୁଥିବା ବେଳେ ଆଉ କେହି ଅଜଣା ରୋଗ ଗାଁକୁ ବ୍ୟାପିବା କାରଣରୁ ମୃତ୍ୟୁ ହୋଇଥିବା କହୁଥିଲେ । ମାସକରେ ୩ ଜଣଙ୍କର ମୃତ୍ୟୁ ହେବାପରେ ଗାଁରେ ଆତଙ୍କର ବାତାବରଣ ସୃଷ୍ଟିହୋଇଛି। ଗ୍ରାମବାସୀ ବ୍ୟବହୃତ କରୁଥିବା ନଦୀ ଓ ନଳକୂପ ପାଣି ବିଷାକ୍ତ ହୋଇଥିବା କାରଣରୁ ଏଭଳି ରୋଗ ବ୍ୟାପୁଥିବା ଅଭିଯୋଗ ଉଠିଛି। ଆଜି ବାଲେଶ୍ଵରରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗାଁକୁ ଆସି ଗ୍ରାମବାସୀ ବ୍ୟବହାର କରୁଥିବା ନଳକୂପ ଓ ନଦୀପାଣିର ନମୁନା ସଂଗ୍ରହ କରିବା ସହ ଔଷଧ ବିତରଣ କରିଛନ୍ତି। ନଳକୂପ ଓ ଡ୍ରେନରେ ବ୍ଳିଚିଂ ପାଉଡର ସିଞ୍ଚନ କରାଯାଇଥିବା ଜଣାପଡିଛି। ତେବେ ସଂଗ୍ରହ ପାଣି ନମୂନାର ରିପୋର୍ଟ ଆସିବା ପରେ ଯାଇ ଡାଇରିଆ ଭୂତାଣୁ ନା ଅନ୍ୟ କିଛି ରୋଗ ତାହା ସ୍ପଷ୍ଟ ହେବ ବୋଲି ତଦନ୍ତ କରିବାକୁ ଯାଇଥିବା ଡାକ୍ତର ସୁରଜ କୁମାର ଜେନା ପ୍ରକାଶ କରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!