Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଜଣା ରୋଗରେ ଆକ୍ରାନ୍ତ କୁମ୍ଭଙ୍କୁ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

by ସଞ୍ଜୟ ସ୍ୱାଇଁ
August 21, 2021
in Health, State
ଅଜଣା ରୋଗରେ ଆକ୍ରାନ୍ତ କୁମ୍ଭଙ୍କୁ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ
63
VIEWS
Share on FacebookShare on Twitter

ବନ୍ଧୁଗାଁ, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର ତଳ ଡାବେରୀ ଗ୍ରାମର ମିଣିଆକା କୁମ୍ଭ। ଏକ ବର୍ଷ ହେଲା ଅଜଣା ରୋଗରେ ଆକ୍ରାନ୍ତ। ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁ ନାହାନ୍ତି। ଚିକିତ୍ସିତ ନ ହୋଇ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି। ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି। ମଣିଆକା କୁମ୍ଭଙ୍କ ଦିନ ତମାମ କାଶ ହେଉଛି। ଏଥିସହ ପେଟରେ ଅଧିକ ମାତ୍ରାରେ ଜଳନ ହେଉଛି। ଖାଇବାକୁ ଇଛା ହେଉ ନାହିଁ। ଅଜଣା ରୋଗର କଷ୍ଟରେ ରାତିରେ ଠିକ ଭାବେ ନିଦ ମଧ୍ୟ ହେଉ ନାହିଁ। କାଶ ହେଲେ ଯନ୍ତ୍ରଣା ହେବା ସହ ପେଟର ତଳ ଭାଗରେ ଏକ ଗୋଲେଇ ଭାବରେ ରହିବା ପରି ଜଣାପଡୁଛି ବୋଲି କୁମ୍ଭ କହିଛନ୍ତି। କୁମ୍ଭ ଜଣେ ଆଦିବାସୀ ଓ ଗରିବ । ପରିବାରର ମୁଖ୍ୟ ହୋଇଥିବାରୁ ତାଙ୍କ ଉପରେ ପରିବାର ବୋଝ। ଅନ୍ୟପକ୍ଷରେ ନିଜେ ରୋଗୀ ହୋଇଥିବାରୁ ନିଜ ଗାଁରୁ ବାହାରକୁ ଯିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ତଳ ଡାବେରୀ ଗ୍ରାମକୁ ଯିବାପାଇଁ ଭଲ ରାସ୍ତା ନାହିଁ। କେବଳ ପାଦରେ ଚାଲି ଚାଲି ଯିବାକୁ ହୋଇଥାଏ। ବନ୍ଧୁଗାଁ ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲ ଘେରରେ ଅବସ୍ଥିତ ଏହି ଗ୍ରାମ। ଏହି ତଳଡାବେରୀ ଗ୍ରାମ ପାଇଁ ଏନବିସିସି ଦ୍ବାରା ଗତ ୩ ବର୍ଷ ହେବ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ବାରା ଅଳ୍ପ ରାସ୍ତା କାମ କରାଯାଇଥିବା ଦେଖିବାକୁ ମିଳୁଛି। ଯାହାଦ୍ବାରା ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଗାଁ ପ୍ରତି ସରକାରୀ କର୍ମଚାରୀ ଧ୍ୟାନ ଦେଇନଥିବା ଗ୍ରାମର କିଛି ବ୍ୟକ୍ତି,ୱାର୍ଡ ସଭ୍ୟ ୱାଡେକା ପାଳସୁ,ଚି଼ତୁରୁ ମେଲେକା,ଗ୍ରାମର ମୁଖ୍ୟ ବ୍ୟକ୍ତି ଜାନି ବାବୁ , ଶୀତୁରୁ ମେଲେକା ଗଣମାଧ୍ୟମ ଆଗରେ କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!