Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ମମ୍‌ ପକ୍ଷରୁ ସ୍ତନ୍ୟପାନ ସପ୍ତାହ ପାଳିତ

by ସଞ୍ଜୟ ସ୍ୱାଇଁ
August 9, 2021
in Health, State
ସମ୍ମମ୍‌ ପକ୍ଷରୁ ସ୍ତନ୍ୟପାନ ସପ୍ତାହ ପାଳିତ
56
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନବଜାତ ଶିଶୁ ନିମନ୍ତେ ସ୍ତନ୍ୟପାନ ସବୁଠାରୁ ଉକ୍ରୃଷ୍ଟ ଏବଂ ସମ୍ପୂର୍ଣ୍ଣ ପୋଷଣଦାୟକ ଯାହାକି ଶିଶୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟାଇଥାଏ ବୋଲି ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି । ନବଜାତ ଶିଶୁ ପାଇଁ ୬ ମାସ ପର୍ୟ୍ୟନ୍ତ ମା’ କ୍ଷୀର ଏକ ମାତ୍ର ଓ ଉକ୍ରୃଷ୍ଟ ପୋଷଣ ଏବଂ ଏହା ଦୁଇ ବର୍ଷ ପର୍ୟ୍ୟନ୍ତ ମଧ୍ୟ ଦିଆଯାଇପାରିବ । ଶିଶୁଟି ଜନ୍ମ ହେବା ପରେ ମା’ କ୍ଷୀରରେ ହିଁ ସମସ୍ତ ପ୍ରକାର ପୁଷ୍ଟିସାର ମିଳିଥାଏ ବୋଲି ହସ୍ପିଟାଲ୍‌ର ସିନିୟର କ୍ଲିନିକାଲ୍‌ ନ୍ୟୁଟ୍ରିସନିଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା କହିଛନ୍ତି । ହସ୍ପିଟାଲ୍‌ ପକ୍ଷରୁ ଏକ ସପ୍ତାହ ବ୍ୟାପି ଚାଲିଥିବା ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୭ ତାରିଖ ଦିନ ଶେଷ ହୋଇଛି । ସ୍ତନ୍ୟପାନ ଉଭୟ ମା’ ଏବଂ ଶିଶୁ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି ଶ୍ରୀମତି ଜେନା କହିଛନ୍ତି । ଶ୍ରୀମତି ଜେନା କହିଛନ୍ତି ଯେ ଶିଶୁଟି ଜନ୍ମ ହେବାର ଏକ ଘଂଟା ମଧ୍ୟରେ ତାକୁ ମା’ କ୍ଷୀର ଦିଆଯିବା ଉଚିତ୍‌ । ଶିଶୁ ଜନ୍ମ ହେବାର ଦୁଇ ତିନି ଦିନ ପର୍ୟ୍ୟନ୍ତ ମା’ର ସ୍ତନରୁ ବହଳିଆ ଓ ହଳଦିଆ ରଂଗ କ୍ଷୀର ନିର୍ଗତ ହୋଇଥାଏ ଯାହାକି ଶିଶୁ ପାଇଁ ବେଶ ଉପକାରୀ । ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଡାଏରିଆ, ନିମୋନିଆ ଏବଂ ନବଜାତ ଶିଶୁଙ୍କ ମୃତ୍ୟୁ ଭଳି ସଂକଟରୁ ରକ୍ଷା କରିଥାଏ । ସେ କହିଛନ୍ତି ଯେ ଯଦି ଶିଶୁଟିର ଡାଏରିଆ, ଜ୍ୱର କିମ୍ବା ଶର୍ଦ୍ଦି ଭଳି ସମସ୍ୟା ଦେଖାଦେଇଥାଏ ତେବେ ମଧ୍ୟ ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଜରୁରୀ । ଯଦି ଶିଶୁଟିର ଡାଏରିଆ ହୁଏ ତେବେ ତା’ ପାଇଁ ଅଧିକ ପାଣିର ଆବଶ୍ୟକତା ପଡିଥାଏ । ତେବେ ଏହି ଜଳୀୟ ଅଂଶ ମା’କ୍ଷୀରରେ ମଧ୍ୟ ମିଳିଥାଏ । ସେହିପରି ଯଦି ଶିଶୁଟିର ବୟସ ୬ ମାସରୁ ଅଧିକ ହୋଇଥାଏ ଓ ସେ କଫ କିମ୍ବା ଜ୍ୱର ଭଳି ସମସ୍ୟାରେ ପୀଡ଼ିତ ଥାଏ ତେବେ ସ୍ତନ୍ୟପାନର ମାତ୍ରା ବୃଦ୍ଧି କରାଇବା ଉଚିତ୍‌ ବୋଲି ସେ କହିଥିଲେ । ଚଳିତବର୍ଷର ସ୍ତନ୍ୟପାନ ସପ୍ତାହର ଥିମ୍‌ ଥିଲା “ସ୍ତନ୍ୟପାନର ସୁରକ୍ଷା, ଏକ ମିଳିତ ଦାୟିତ୍ୱ” । ସମ୍ମମ୍‌ର ଡାଏଟେଟିକ୍ସ ଟିମ୍‌ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ରୋଗୀ, ସେମାନଙ୍କର ଆଟେଣ୍ଡାଂଟ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ୍‌ ହୋଇଥିଲେ । ଏହି ଅବସରରେ ସ୍ତନ୍ୟପାନ ସମ୍ପର୍କିତ ପ୍ରଦର୍ଶନୀ ଓ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!