Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଜନ କମ୍ କରିବାରେ ସହାୟକ ହୁଏ ଡାଲି ପାଣି

by ସଞ୍ଜୟ ସ୍ୱାଇଁ
August 8, 2021
in Health, State
ଓଜନ କମ୍ କରିବାରେ ସହାୟକ ହୁଏ ଡାଲି ପାଣି
170
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହାଲୁକା ଓ ସ୍ୱାସ୍ଥ୍ୟକର ଭୋଜନ କଲେ ଶରୀର ସୁସ୍ଥ ରହେ। ସେଥିପାଇଁ ଲୋକେ ଭାତ, ଡାଲି, ରୁଟି ଖାଇବାକୁ ବେଶୀ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟକର ସହ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଖାଦ୍ୟ ମଧ୍ୟ ଆବଶ୍ୟକ। ଡାଲି ମଧ୍ୟ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଡାଲି ଭଳି ଡାଲି ପାଣି ମଧ୍ୟ ବହୁତ ହିତକର। ଡାଲି ପାଣିରେ ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫସଫରସ ରହିଛି। ଏହି ପାଣି ସେବନ ଦ୍ୱାରା ଏନିମିଆ ଦୂର ହେବା ସହ ଓଜନ ମଧ୍ୟ ହ୍ରାସ ପାଇଥାଏ। କରୋନା ସମୟରେ ଯଦି ଆପଣ ନିୟମିତ ଗୋଟେ କପ୍ ଡାଲି ପାଣି ସେବନ କରନ୍ତି ତାହେଲେ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଅନେକ ରୋଗରୁ ସୁରକ୍ଷା ଦେଇଥାଏ। ଡାଲି ପାଣିରେ କ୍ୟାଲସିୟମ, ମ୍ୟାଗନେସିୟମ, ପୋଟାସିୟମ, ସୋଡିୟମ, ଭିଟାମିନ-ସି, କାର୍ବ, ପ୍ରୋଟିନ ଓ ଡାଇଟାରି ଫାଇବର ରହିଛି। ଡାଲି ପାଣିରେ ଅଳ୍ପ ଘିଅ ପକାଇ ଖାଇଲେ ଏହା କେବଳ ସ୍ୱାଦ ବଢ଼ାଇ ନଥାଏ ବରଂ ପୁଷ୍ଟିକର ମଧ୍ୟ। ଏହା ଶରୀରର ତାପମାତ୍ରା ନିୟନ୍ତ୍ରିତ କରିଥାଏ। ଡାଲି ପାଣି ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଯଦି ଆପଣ ଓଜନ କମ କରିବାକୁ ନେଇ ଚିନ୍ତିତ ତାହେଲେ ଡାଲି ପାଣି ସେବନ କରିପାରିବେ। ଏହା କ୍ୟାଲୋରୀ କମ କରିବା ସହ ଅଧିକ ସମୟ ଯାଏଁ ଭୋକ ମଧ୍ୟ ହୋଇନଥାଏ। ଡାଲି ପାଣି ସହଜରେ ହଜମ ହୋଇଯାଇଥାଏ। ଏହା ଶରୀର ଓ ମସ୍ତିସ୍କ ପାଇଁ ବହୁତ ଲାଭଦାୟକ। ହାଲୁକା ହୋଇଥିବା ଯୋଗୁଁ ପେଟରେ ଗ୍ୟାସ ସମସ୍ୟା ହୋଇନଥାଏ। ତରଳ ଝାଡା କିମ୍ବା ଡାଇରିଆ ହୋଇଥିଲେ ଡାଲି ପାଣି ସେବନ ଦ୍ୱାରା ଆରାମ ମିଳିଥାଏ। ଏହା ଶରୀରରେ ପାଣିର ଅଭାବ ପୁରା କରିଥାଏ ଏବଂ ତରଳ ଝାଡା କମ କରିଥାଏ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!