Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତୁ ଜାଣିବା ବିଶ୍ୱର ପ୍ରଥମ ଘଟଣା, ଜଣେ ବ୍ୟକ୍ତିଙ୍କର ୨ ହାତ ପ୍ରତିରୋପଣ

by ସଞ୍ଜୟ ସ୍ୱାଇଁ
July 25, 2021
in Health, NATIONAL NEWS, WORLD
ଆସନ୍ତୁ ଜାଣିବା ବିଶ୍ୱର ପ୍ରଥମ ଘଟଣା, ଜଣେ ବ୍ୟକ୍ତିଙ୍କର ୨ ହାତ ପ୍ରତିରୋପଣ
301
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଫ୍ରାନ୍ସରେ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ପ୍ରତିରୋପଣ ହୋଇଛି । ଏହା ବିଶ୍ୱର ପ୍ରଥମ ଘଟଣା । ତାଙ୍କର ଦୁଇ ହାତ ଓ କାନ୍ଧର ପ୍ରତି ରୋପଣ ହୋଇଛି । ୪୯ ବର୍ଷୀୟ ଫେଲିକ୍ସ ଗ୍ରେଟାର୍ସନ ଜଣେ ଇଲେକ୍ଟ୍ରିସିଆନ୍‌ । ୨୩ ବର୍ଷ ପୂର୍ବେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ସେ ଦୁଇ ହାତ ହରାଇଥିଲେ । ସେ ଏକ ପାୱାରଲାଇନ୍‌ ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ । ଏହି ଦୁର୍ଘଟଣା ପରେ ଡାକ୍ତରମାନେ ଫେଲିକ୍ସଙ୍କୁ ତିନି ମାସ ପର୍ୟ୍ୟନ୍ତ କୋମାରେ ରଖିଥିଲେ । ଇତିମଧ୍ୟରେ ତାଙ୍କର ୫୪ ଅପରେସନ୍‌ ହୋଇଥିଲା । ଫ୍ରାନ୍ସର ଲିୟୋନ ସହରର ଏଡ୍‌ୱର୍ଡ ହେରିୟଟ୍‌ ହସ୍‌ପିଟାଲରେ ତାଙ୍କ ଅପରେସନ୍‌ ହୋଇଛି ।୧୫ ଘଣ୍ଟା ଧରି ଏହି ଐତିହାସିକ ଅପରେସନ୍‌ ଚାଲିଲା । ଏଥିପାଇଁ ୫ ହସ୍‌ପିଟାଲର ଟିମ୍‌ କାମ କରୁଥିଲେ । ଫେଲିକ୍ସ କହିଛନ୍ତି, ଅପରେସନ୍‌ ପରେ ନିଜର ନୂଆ ହାତକୁ ସେ ହଲାଇ ପାରୁଛନ୍ତି । ପରିଜନଙ୍କୁ କୋଳେଇ ପାରୁଛନ୍ତି । ହାତ କଟିବା ପରେ ଫେଲିକ୍ସ ଏତେ ଅବସାଦଗ୍ରସ୍ତ ହୋଇଯାଇଥିଲେ ଯେ ଏଥିରୁ ମୁକୁଳିବାକୁ ଡ୍ରଗ୍ସ ଓ ମଦ୍ୟପାନ କଲେ । ଏଥିପାଇଁ ବର୍ଷକରେ ତାଙ୍କର ଦୁଇ ଥର ଯକୃତ ପ୍ରତ୍ୟାରୋପଣ କରିବାକୁ ପଡ଼ିଥିଲା । କିନ୍ତୁ ପରେ ହାତ ପ୍ରତ୍ୟାରୋପଣକୁ ନେଇ ସେ ଗମ୍ଭୀର ହେଲେ ଏବଂ ଜଣେ ଦକ୍ଷ ଡାକ୍ତର ଖୋଜିପାଇଲେ । ଡାକ୍ତରଙ୍କ ନାଁ ଜନ୍‌ ମାଇକେଲ୍‌ ଡବରନଡ୍‌, ଯିଏକି ଦୁଇ ହାତ ପ୍ରତ୍ୟାରୋପଣ କରିଥିବା ବିଶ୍ୱର ପ୍ରଥମ ଡାକ୍ତର । ସେ ଅଧା ମୁହଁ ପ୍ରତ୍ୟାରୋପଣ ମଧ୍ୟ କରିଛନ୍ତି । ତେବେ ଚଳିତ ମାସ ତାଙ୍କର ମୃତ୍ୟୁ ହୋଇଛି । ଫେଲିକ୍ସ ପୂର୍ବରୁ ପ୍ରେସ୍ଥେଟିକ୍‌ ହାତ ମଧ୍ୟ ଲଗାଇଥିଲେ । କିନ୍ତୁ ବାସ୍ତବ ହାତକୁ ସେ ସର୍ବଦା ଝୁରୁଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!