ମୋ ସ୍କୁଲ ଅଭିଯାନକୁ ଦେଲେ ୭୦ ହଜାର
ନୟାଗଡ଼, (ବାଘୁଆବାର୍ତ୍ତା) : ନୂଆଗାଁ ବ୍ଲକ ଜନଶକ୍ତି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ତ୍ରିନାଥ ମହପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି । ନିରାଡ଼ମ୍ବର ଭାବେ ପାଳିତ ଏକ ଉତ୍ସବରେ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟକାଳୀନ ସଭାରେ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଶ୍ରୀଯୁକ୍ତ ମହାପାତ୍ରଙ୍କ କୃତ୍ତିକୁ ମନେ ରଖିବା ପାଇଁ ଆଜି ଶ୍ରୀଯୁକ୍ତ ମହାପାତ୍ରଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମୋ ସ୍କୁଲ ଅଭିଯାନକୁ ସତୁରି ହଜାର ଟଙ୍କା ପ୍ରଦାନ କରିଛନ୍ତି ।





