Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଆ ଖେଳୁଥିଲେ, ମାଡି ବସିଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
October 26, 2024
in Crime, State
ଜୁଆ ଖେଳୁଥିଲେ, ମାଡି ବସିଲା ପୁଲିସ୍‌
69
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ମେଘୁଆ ପାଗ ଦେଖି ଜୁଆଡ଼ିମାନେ ମାର୍କେଟ ଭିତରେ ଖୋଲମ୍‌ଖୋଲା ଜୁଆ ଖେଳୁଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ଚଢ଼ଉ କରି ୨୬ରୁ ଅଧିକ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି। ଏଥିସହ ୭୨ ହଜାରରୁ ଅଧିକ ଟଙ୍କା ଜବତ କରିଛି। ଏପରି ଖବର ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳରୁ ଆସିଛି। ବାତ୍ୟା ‘ଦାନା’ ପ୍ରଭାବରେ ବୀରମିତ୍ରପୁର ପୌରାଞ୍ଚଳରେ ମେଘୁଆ ପାଖ ଦେଖାଦେଇଛି। ଏହାର ସୁଯୋଗ ନେଇ ଉପର ମାର୍କେଟ ଅଞ୍ଚଳରେ ଜୁଆ ଖେଳୁଥିଲେ କିଛି ଅସାମାଜିକ ଯୁବକ। ଏ ସମ୍ପର୍କରେ ଖବର ପାଇ ଏସ୍‌ଡିପିଓ ସୁଶାନ୍ତ ଦାସଙ୍କ ତତ୍ତ୍ଵାବଧାନରେ ଏକ ଟିମ୍‌ ସେଠାରେ ଚଢଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌କୁ ଦେଖି ଜୁଆଡିମାନେ ପଳାଇ ଯାଉଥିଲେ। ହେଲେ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ୨୬ ଜଣ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ପୁଲିସ୍‌ ନଗଦ ୭୨ ହଜାର ୫ ଶହ ଟଙ୍କା, ୧୮ଟି ମୋବାଇଲ, ୫ଟି ବାଇକ ସହ ଜୁଆ ଖେଳରେ ବ୍ୟବହୃତ ତାସ୍‌ ବିଡା ଜବତ କରିଛି। ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ବୀରମିତ୍ରପୁରର ବିଭିନ୍ନ ଅଞ୍ଚଳରେ ଜୁଆ ଖେଳ ଚାଲିଥିଲା। ଜୁଆଡ଼ିମାରେ ଘରର ଆସବାବ ଜିନିଷ ବିକି ଓ ବନ୍ଧକ ରଖି ଜୁଆ ଖେଳୁଥିଲେ। ଯେଉଁଥିପାଇଁ ପରିବାର ଭିତରେ ଅଶାନ୍ତିର ବାତା ବରଣ ସୃଷ୍ଟି ହେଉଥିଲା। ଏ ସମ୍ପର୍କରେ ପୁଲିସ୍‌ ପାଖରେ ଅଭିଯୋଗ ହେଉଥିଲା। ହେଲେ ପ୍ରମାଣ ଅଭାରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଗତକାଲି ଜୁଆ ଖେଳ ଚାଲିଥିବା ବେଳେ ପୁଲିସ୍‌ ଚଢ଼ଉ କରି ଜୁଆଡିମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆଉ କିଛି ଜୁଆଡି ଚମ୍ପଟ ମାରିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!