ରଣପୁର, (ବାଘୁଆବାର୍ତ୍ତା) : ଆଜି ରଣପୁର ଦାଣ୍ଡ ସାହିରେ ଏଚ.ଡ଼ି.ଏଫ.ସି. ଏଟିଏମ ସେବାର ଶୁଭାରମ୍ଭ ହୋଇଛି l ରଣପୁର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି, ପୂର୍ବତନ ଚେୟାରମ୍ୟାନ ସବିତା ଦାସ, ପୂର୍ବତନ ଉପାଧ୍ୟକ୍ଷ ତଥା ଆଇନୀଜୀବୀ ପ୍ରିୟବ୍ରତ ପ୍ରହରାଜ, ବରିଷ୍ଠ ଆଇନିଜୀବି ସୁରେଶ ମିଶ୍ର, ନଗର ସଭାପତି ସ୍ୱରାଜ ମହାନ୍ତି, ସାମ୍ବାଦିକ ବ୍ରଜ ରଣସିଂହ, ସାମ୍ବାଦିକ ଲିସାରଣୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଏଚ.ଡ଼ି.ଏଫ.ସି. ଏଟିଏମ ସେବାର ଉଦଘାଟନ କରିଥିଲେ l ସଂଗୀତଜ୍ଞ ତଥା ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ଏଥିରେ ନୟାଗଡ ବ୍ୟାଙ୍କ ଶାଖାରେ ପରିଚାଳକ ଦିନେଶ ପ୍ରସାଦ ଦାସ ଯୋଗ ଦେଇ ଥିଲେ l





