ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ଗ୍ରାମକୁ ମିଳିଛି ରାଜସ୍ୱ ଗ୍ରାମ୍ୟ ମାନ୍ୟତା । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ନିୟମ ୧୯୬୨ ଧାରା ୬୧ ମୁତାବକ ନିର୍ଦ୍ଦେଶକ ଭୂ- ଅଭିଲେଖ ଓ ପରିମାପକ ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁସାରେ, ହଟିଆପଲ୍ଲୀକୁ ଏକ ନୂତନ ମୈାଜା କରିବା ପାଇଁ ଅନୁମୋଦନ କରାଯାଇଛି । ତାହା ଅନୁସାରେ, ମ୍ୟାପ ଓ ରେର୍ଡ଼ ସଂଶୋଧନ କରାଯିବ ବୋଲି ଜଣାଯାଇଛି । ମାର୍ଚ୍ଚ ୨୬ ତାରିଖଠାରୁ ଏହାକୁ ରାଜସ୍ୱ ଗ୍ରାମ ମାନ୍ୟତା ମିଳିଥିବା ସୂଚନା ମିଳିଛି । ଏନେଇ ଗ୍ରାମବାସୀ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ସାଧୁବାଦ ଜଣାଇଛନ୍ତି ।






