ନୟାଗଡ଼,(ବାଘୁଆବାର୍ତ୍ତା): ରଣପୁର ନିକଟସ୍ଥ ନରସିଂହପୁରଠାରେ ଦଳେ ହାତୀ ଆସି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାଯାଇଛି । ବିଳମ୍ବିତ ରାତିରେ ହାତୀ ପଲ ଫସଲ ବାଡ଼ିରେ ପସି କୋବି, ଟମାଟ, ଆଦି ନଷ୍ଟ କରି ଦେଇଥିଲେ । ଫସଲ ନଷ୍ଟ ହୋଇଥିବା ବ୍ୟକ୍ତି ମାନେ ହେଲେ ଆଦିତ୍ୟ ପ୍ରସାଦ ମହାନ୍ତି, ଉମେଶ ପେଣ୍ଠୋଇ , ପ୍ରମୋଦ କୁମାର ପାଲଟା ସିଂ, ଦୁଖିଶ୍ୟାମ ବେହେରା, ବୁଲୁ ବେହେରା, ନାରଣ ବେହେରା ଓ ବୌକୁଣ୍ଠ ସାମନ୍ତ । ବନ ବିଭାଗ କ୍ଷତିଗ୍ରସ୍ଥ ଚାଷୀଙ୍କୁ ସହାୟତା ଦେବାକୁ ଦାବି ହୋଇଛି ।





