ଢେଙ୍କାନାଳ, (ବାଘୁଆବାର୍ତ୍ତା): ଏକ ତରଫା ପ୍ରେମରୁ ହତାସ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ। ନିଜ ଦେହରେ କିରୋସିନ ଢାଳି ଲଗାଇଦେଲା ନିଆଁ। ଗୁରୁତର ଯୁବକ ସଦର ଥାନା ବଳରାମପୁରର ଟୁକୁନା ପ୍ରଧାନ। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡକ୍ତରଖାନରେ ଭର୍ତ୍ତି କରାଯାଇଛି। ଏକ ତରଫା ପ୍ରେମରୁ ପାଗଳ ପ୍ରେମିକ ଘଟାଇଛି ଅଭାବନୀୟ କାଣ୍ଡ । ବିବାହ ପ୍ରସ୍ତାବ ଦେଇ ବିଫଳ ହେବାରୁ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଛି ହତାସ ପ୍ରେମିକ। ଗୁରୁତର ଯୁବକ ସଦର ଥାନା ବଳରାମପୁରର ୨୪ବର୍ଷୀୟ ଟୁକୁନା ପ୍ରଧାନ। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନନାନ୍ତରିତ କରାଯାଇଛି । ତାଙ୍କ ଶରୀରର ଶତକଡା ୮୦ପ୍ରତିଶତ ପୋଡିଯାଇଛି । ଟୁକୁନା ତାଙ୍କ ଗ୍ରାମର ଏକ ଝିଅକୁ ଏକ ତରଫା ପ୍ରେମ କରୁଥିଲେ। ତେବେ ଆଜି ସକାଳେ ଉକ୍ତ ଝିଅକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ଉକ୍ତ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲେ । ଫଳରେ ହତାସ ହୋଇ ଟୁକୁନା ଘରକୁ ଫେରି କିରୋସିନି ଢାଳିହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି ।





