Tuesday, December 16, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

“ଜାତୀୟ ସ୍ତରୀୟ ହସ୍ତ କଳା ଶିକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ନୟାଗଡ଼ରୁ ଦଶଜଣ ଶିକ୍ଷକ ପ୍ରଶିକ୍ଷଣ ନେଲେ”

by ସଞ୍ଜୟ ସ୍ୱାଇଁ
February 15, 2025
in Nayagarh, State
“ଜାତୀୟ ସ୍ତରୀୟ ହସ୍ତ କଳା ଶିକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ନୟାଗଡ଼ରୁ ଦଶଜଣ ଶିକ୍ଷକ ପ୍ରଶିକ୍ଷଣ ନେଲେ”
133
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆସାମ ରାଜ୍ୟ ଗୌହାଟୀ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୧୦ ଜଣ ଶିକ୍ଷକ ଯୋଗଦାନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ର ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ସାଂସ୍କୃତିକ ପ୍ରଶିକ୍ଷଣ ଓ ସାଧନ କେନ୍ଦ୍ର ବା ସିସିଆର୍‌ଟି ଆଞ୍ଚଳିକକେନ୍ଦ୍ର ଗୌହାଟୀ ଆସାମ ଠାରେ ଆୟୋଜିତ ଏହି ୧୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ସମୁଦାୟ ୬୧ ଜଣ ଶିକ୍ଷକ ଶିକଷୟିତ୍ରୀ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ହସ୍ତକଳା କୌଶଳ ସମ୍ପର୍କରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଚଳିତ ଫେବୃୟାରି ମାସ ୦୪ରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ କ୍ଷେତ୍ର ପରାମର୍ଶଦାତା ନିରଞ୍ଜନ ଭୂଇଁୟା ଓ ସଂଯୋଜକ ଶଶାଙ୍କ ଶେଖର ପାଣ୍ଡେ ପରିଚାଳନା କରିଥିଲେ । ଓଡ଼ିଶାରୁ କେବଳ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ ଓଡ଼ିଶାର ସାହିତ୍ୟ,କଳା ,ସଂସ୍କୃତି, ପରମ୍ପରା, ବିଜ୍ଞାନରେ ରୁଚି ରଖିଥିବା ଶିକ୍ଷକ ମାନଙ୍କୁ ମନୋନୀତ କରି ଉକ୍ତ ଦଶ ଦିନିଆ ତାଲିମ ଶିବିରକୁ ପଠାଇଥିଲେ ଓ ସୁଦାମ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଡିଆରପି ଦାୟିତ୍ଵରେ ଅଛନ୍ତି । ଓଡ଼ିଶାରୁ ନୟାଗଡ଼ ଜିଲ୍ଲାରୁ ୧୦ ଜଣ ଶିକ୍ଷକ ଯୋଗଦାନ କରି ଏହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସେମାନେ ହେଲେ ଘନଶ୍ୟାମ ରାଉତ ସରସ୍ୱତୀ ଲୋକ ବିଦ୍ୟାପୀଠ କାଜଲାଇପାଲ୍ଲୀ,ପରମାନନ୍ଦ ଦଲାଇ ରାଧାକାନ୍ତ ସରକାର ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ, ଡକ୍ଟର ପ୍ରତାପ କୁମାର ପରିଡା ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲା, ଶ୍ରୀ ଭଗବାନ ସାହୁ ମାସାବାରୀ ଉଚ୍ଚ ବିଦ୍ୟାଳୟ ମାସାବାରି ,ମାନସ କୁମାର ସାହୁ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟ ନନ୍ଦିଘୋର ,ଦେବରାଜ ସ୍ୱାଇଁ ଗୋପୀନାଥ ଉଚ୍ଚ ବିଦ୍ୟାଳୟ ଗୋଡିପାଲ୍ଲୀ, ଦେବାଶିଷ ବିଷୋୟୀ ଜନଶକ୍ତି ସରକାର ଉଚ୍ଚ ବିଦ୍ୟାଳୟ ଦେଓଗାଁ ଭାଲିଆଡିହି ,ମନୋଜ କୁମାର ବେହେରା, ସରକାରୀ ୟୁପି ସ୍କୁଲ ଭାଟସାହି ,ବଂଶୀଧର ସାହୁ,ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କଇଁଆଡିହ ,କିଶୋର ଚନ୍ଦ୍ର ପରିଡା ଲକ୍ଷ୍ମନାରାୟଣ ଉଚ୍ଚ ବିଦ୍ୟାଳୟ, କାଚାପାଲୀ ।। ସମସ୍ତ କଳାକାର ଓଡ଼ିଶାର କଳା ସଂସ୍କୃତି ସାହିତ୍ୟ ପରମ୍ପରା ଆଧାରିତ “ଭକ୍ତ ବଳରାମ”ନାଟକ ମଞ୍ଚରେ ପରିବେଷଣ କରିଥିଲେ ।।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!