Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହରିୟାଣା ରାଜନୀତି, କଂଗ୍ରେସ ବିଜେପି ନେତାଙ୍କ ବାକ ଯୁଦ୍ଧ

by ସଞ୍ଜୟ ସ୍ୱାଇଁ
October 8, 2024
in NATIONAL NEWS, Politics
ହରିୟାଣା ରାଜନୀତି, କଂଗ୍ରେସ ବିଜେପି ନେତାଙ୍କ ବାକ ଯୁଦ୍ଧ
120
VIEWS
Share on FacebookShare on Twitter

ହରିୟାଣା, (ବାଘୁଆବାର୍ତ୍ତା): ସ୍ଲୋ ହେଉଛି କାଉଟିଂ। ହରିୟାଣା ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିରେ ହେଉଛି ବିଳମ୍ବ। କେବଳ ସେତିକି ନୁହେଁ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟରେ ଫଳାଫଳ ଦେଖାଇବାରେ ମଧ୍ୟ ବିଳମ୍ବ ହେଉଛି। ଏଭଳି କିଛି ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ସେ ଖୁବଶୀଘ୍ର ଲିଖିତ ଅଭିଯୋଗ କରିବ ବୋଲି କହିଛି। ସେପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆମେ ଏକ ସ୍ମାରକପତ୍ର ଦାଖଲ କରି ଅଭିଯୋଗ କରୁଛୁ। ଆମେ ଆଶା କରୁଛୁ ECI ଆମ ପ୍ରଶ୍ନର ଉତ୍ତର ଦେବେ। କାରଣ ୧୧-୧୨ ରାଉଣ୍ଡର ଫଳାଫଳ ଆସିଛି କିନ୍ତୁ ଯାହା ଅପଡେଟ୍ ହୋଇଛି ତାହା କେବଳ ୪ରୁ୫ ରାଉଣ୍ଡ ଦେଖାଯାଉଛି। ଲୋକସଭା ନିର୍ବାଚନ ବେଳେ ମଧ୍ୟ ଏହା ଘଟିଥିଲା। ଆମେ ଆଶା କରୁଛୁ ଯେ ECI ଯିଏକି ଏକ ସାମ୍ବିଧାନିକ ଅନୁଷ୍ଠାନ ଓ ନିରପେକ୍ଷ ସଂସ୍ଥା। ସେ ପ୍ରଶାସନ ଉପରେ ଚାପ ପକାଇବ ନାହିଁ। ନିରାଶ ହେବାର ଆବଶ୍ୟକତା ନାହିଁ। ଏସବୁ ମାଇଣ୍ଡ ଗେମ୍‌। ଆମକୁ ନିହାତି ଜନାଦେଶ ମିଳିବ ଓ ଆମେ ନିଶ୍ଚିତ ସରକାର ଗଢ଼ିବୁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି। ସେପଟେ ହରିୟାଣାରେ କଂଗ୍ରେସ ଟ୍ରେଣ୍ଡରେ ପଛୁଆ ପଡିଯାଇଥିବା ବେଳେ ଆଗରେ ରହିଛି ବିଜେପି। ଏହାକୁ ନେଇ ଏବେ କଂଗ୍ରେସକୁ ବାଣ ମାରିଛି ବିଜେପି। କଂଗ୍ରେସ ନେତା ଜୟରାମ ରମେଶଙ୍କୁ କାଉଣ୍ଟର କରି ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି ‘ହରିୟାଣାରେ ବିଜୟ ମୁହାଁ ବିଜେପି। କଂଗ୍ରେସକୁ ନିଜ ହାର ମାନି ନେବା ଉଚିତ। ନିର୍ବଚନ ଆୟୋଗଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଅର୍ଥ ସେମାନେ ଏବେଠୁ ନିଜ ହାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି।’ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ହରିୟାଣାର ୯୦ ଆସନରୁ ବିଜେପି ୪୯ଟି ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଅଛି। ତେଣୁ ଏଠାରେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ପୁଣିଥରେ ବିଜେପି ସେଠାରେ ପୂର୍ଣ୍ଣ ବହୁମତର ସରକାର ଗଢିବ। ଆଉ ରାଜ୍ୟରେ ଲଗାତାର ୩ୟ ଥର ପାଇଁ ସରକାର ଗଢ଼ିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!